Latest Odisha News

BREAKING NEWS

ବିଶ୍ୱ ରେଡ଼ିଓ ଦିବସ: ଜାଣନ୍ତୁ, ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କିଛି ଜଣା ଅଜଣା କଥା…

ଭୁବନେଶ୍ୱର: ଜାତି ସଂଘ ଆନୁକୂଲ୍ୟରେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୃଆରି ମାସ ୧୩ ତାରିଖରେ ପାଳନ କରାଯାଉଛି ‘ବିଶ୍ୱ ରେଡ଼ିଓ ଦିବସ’ । ଏହି ଅବସରରେ ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କେତେକ ଜଣା ଅଜଣା କଥା ।

୧୮୬୦ ରେ ରେଡ଼ିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍ ସିମିସନ୍ ବାବଦରେ ପ୍ରଥମେ ସୂଚନା ଦେଇଥିେ ଲ ଜେମ୍ସ କ୍ଲାର୍କ୍ ମାକ୍ସେୱଲ ।

୧୯୦୧ରେ ଇଟାଲୀୟ ବିଜ୍ଞାନୀ ମାର୍କୋନି ବିଶ୍ୱର ପ୍ରଥମ ଥର ରେଡ଼ିଓ ତରଙ୍ଗର ଟ୍ରାନ୍ସଆଟଲାନ୍ଟିକ୍ ଟ୍ରାନ୍ସମିଦନ୍ ରେ ସଫଳ ହୋଇଥିଲେ ।

୧୦୯୩ ତାଙ୍କ ମାଧ୍ୟମରେ ମାର୍କିନ ରାଷ୍ଟ୍ରପତି ରୁଜ୍ ଭେଲଟ ସପ୍ତମ ଏଡ଼ୱାର୍ଡ଼ଙ୍କ ପାଖକୁ ଏକ ରେଡ଼ିଓ ବାର୍ତ୍ତା ପଠାଇଥିଲେ ।

ମାର୍କୋନିଙ୍କ ପୂର୍ବରୁ ନିକୋଲ ଟେସଲ ଅଲିଭର୍ ଲଜ୍ ଓ ହେନ୍ରିଚ୍ ହର୍ଜ୍ ପ୍ରମୁଖ ରେଡ଼ିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବାର ଦାବି ରହିଛି ।

ତେବେ ମାର୍କୋନିଙ୍କୁ ଏହାର ଶ୍ରେୟ ଦିଆଯାଏ ଏବଂ ଏଥିପାଇଁ ୧୯୦୯ ରେ ତାଙ୍କୁ ନୋବେଲ୍ ପୁରସ୍କାର ମିଳିଥିଲା ।

ରେଡ଼ିଓକୁ ବିକଶିତ ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଟାଲିର ଗ୍ୟୁ୍ଗ୍ଲି ଏଲ୍ ମାର୍କୋନି, ଆମେରିକାର ନିକୋଲ ଟେସ୍ଲା, ବ୍ରିଟେନ୍ ର ଅଲିଭର ଲଜ୍, ସ୍ପେନର ସର୍ଭେରା ବାଭିଏରା ଓ ଭାରତର ଚନ୍ଦ୍ର ଦାସ ।

ମାର୍କେନିଙ୍କ ଏକ ପରିଚୟ ହେଉଛି ସେ ବିଶ୍ୱ ପ୍ରସିଦ୍ଧ ସୁରା ନିର୍ମାତା ଜେମ୍ସନ ଆଇରିସ୍ ହ୍ୱିସ୍କି ର ପ୍ରତିଷ୍ଠାତା ଜନ୍ ଜେମ୍ ସନ୍ଙ୍କ ବଂଶଧର ।

ଟେଲିଭଜିନ ଲୋକପ୍ରିୟତା ବୃଦ୍ଧି ଓ ଜୋରଦାର ଉପସ୍ଥିତି ସତ୍ତ୍ୱେ ରେଡ଼ିଓର ବ୍ୟବହାର ବନ୍ଦ ହୋଇନାହିଁ । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଗ୍ରହଣ କ୍ଷମତା ଅଧିକ । ଆଜିକାଲି ଅଗମ୍ୟ ଅ୍ରଚଳରେ କମ୍ୟୁନିଟି ରେଡ଼ିଓ ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.