Latest Odisha News

ଆଜିର ସୃଜନୀ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ କଳା, ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନଅ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ନବରତ୍ନ ସୃଜନୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା :- ପିଠାପଣା, ଝୋଟି, କବିତା ଆବୃତ୍ତି ଆଦିରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା।

 

ଏହି କାର୍ଯ୍ଯକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ଯ ଅତିଥି ଭାବରେ , ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଏବଂ ଅନ୍ୟତମ ଅତିଥି ଭାବରେ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, ଖୋର୍ଦ୍ଧା ବନ ବିଭାଗ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ୍, ବ୍ୟାଙ୍କ ଅଧିକାରୀ ସଞ୍ଜୟ ଝା ଏବଂ ଏ ଉଦୟ ଭାସ୍କର ରେଡି ଅତିଥି ଭାବରେ ଯୋଗଦେଇଥିଲେ।  ନାରୀମାନେ ସବୁବେଳେ ସଶକ୍ତ। ନିଜ ଅନ୍ତର୍ନିହିତ ଗୁଣକୁ ଚିହ୍ନି ନିଜକୁ ସବୁ କ୍ଷେତ୍ରରେ ସେମାନେ ଆଗେଇ ନେବାକୁ ସକ୍ଷମ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ

ମିଳନଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପରିଶେଷରେ ସ୍ଵର୍ଣ୍ଣପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିଲେ ।

Comments are closed.