Latest Odisha News

BREAKING NEWS

ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖକୁ ସାରା ଦୁନିଆରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ମହିଳାଙ୍କ ପାଇଁ ସେହି ଦିନ ବିଶେଷ ହୋଇଥାଏ ଯେଉଁ ଦିନ ସେମାନେ ତାଙ୍କ ସ୍ୱାଧୀନତାର ଉତ୍ସବ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ମାର୍ଚ୍ଚରେ ହିଁ କାହିଁକି ପାଳନ କରାଯାଏ ଅର୍ନ୍ତର୍ଜାତୀୟ ମହିଳା ଦିବସ ?

କେମିତି ଆରମ୍ଭ ହେଲା ?

୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଛି । ଏହି ଦିନ ୧୫ ହଜାର ମହିଳା ଚାକିରୀ ସମୟ କମାଇବା ପାଇଁ, ଦରମା ବଢ଼ାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ପ୍ରଦର୍ଶନ କରିଥିଲେ । ଏହାପରେ ଆମେରିକାରେ ୨୮ ଫେବୃଆରୀ ୧୯୦୯ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା । ସର୍ବପ୍ରଥମେ ଜର୍ମାନୀର କ୍ଲାରା ଜେଡକିଣ୍ଟ ୧୯୧୦ ମସିହାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ବିଚାର ରଖିଥିଲେ । କ୍ଲାରା କହିଥିଲେ, ସାରା ବିଶ୍ୱରେ ପ୍ରତ୍ୟେକ ଦେଶର ମହିଳା ନିଜ ବିଚାରକୁ ରଖିବା ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ଯୋଜନା କରିବା ଉଚିତ୍ ।

କାହିଁକି ପାଳନ କରାଯାଏ ?

କ୍ଲାରା ଜେଡକିଣ୍ଟ ଙ୍କ ବିଚାର ପରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ଜଣ ମହିଳା ଯୋଗ ଦେଇଥିଲେ । ସେମାନେ ସମସ୍ତେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ଉପରେ ନିଜର ସହମତି ବ୍ୟକ୍ତ କଲେ । ଯାହାପରେ ୧୯ ମାର୍ଚ୍ଚ ୧୯୧୧ ମସିହାରେ ଜର୍ମାନୀ, ଅଷ୍ଟ୍ର୍ରିଆ, ଡେନମାର୍କ ଓ ସ୍ୱିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଗଲା । ପରେ ୧୯୧୩ ମସିହାରେ ଏହି ଦିନକୁ ବଦଳାଇ ମାର୍ଚ୍ଚ ୮ ତାରିଖ ରଖାଗଲା । ୧୯୭୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଙ୍ଘ ପ୍ରଥମ ଥର ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କଲା ।

Leave A Reply

Your email address will not be published.