Latest Odisha News

BREAKING NEWS

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୃତ୍ୟୁସଂଖ୍ୟା ୪୪୮

ଭୁବନେଶ୍ୱର: ରାଜ୍ୟରେ ମୋଡୁଛି କରୋନା । ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ାଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସମ୍ୱଲପୁର ଜିଲ୍ଲାର ୩ ଜଣ ଆକ୍ରାନ୍ତ ।

BjdElectrycity

ସେହିପରି ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ମୃତକଙ୍କ ଭିତରେ ତିନି ଜଣ ମହିଳା ଓ ଚାରି ଜଣ ପୁରୁଷ ଅଛନ୍ତି । ସମସ୍ତଙ୍କ ବୟସ ୫୮ ବର୍ଷରୁ ୭୬ ବର୍ଷ ଭିତରେ । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୪୮କୁ ବୃଦ୍ଧି ପାଇଛି ।

ମୃତକଙ୍କ ସମ୍ପର୍କରେ ସୂଚନା
ଭୁବନେଶ୍ୱର- ୬୨ ବର୍ଷୀୟ ମହିଳା
ବରଗଡ଼- ୭୬ ବର୍ଷୀୟ ବୃଦ୍ଧା
ବରଗଡ଼- ୬୨ ବର୍ଷୀୟ ବୃଦ୍ଧ
ଭଦ୍ରକ- ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ
ସମ୍ୱଲପୁର- ୭୫ ବର୍ଷୀୟ ବୃଦ୍ଧ
ସମ୍ୱଲପୁର- ୫୮ ବର୍ଷୀୟ ପୁରୁଷ
ସମ୍ୱଲପୁର- ୬୦ ବର୍ଷୀୟ ମହିଳା

Leave A Reply

Your email address will not be published.