Latest Odisha News

କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର  । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ  କୁଆଖାଇ ନଦୀରୁ  ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା

ମୃତ ବ୍ୟକ୍ତି ହେଲେ ୬୫ ବର୍ଷିୟ ବାଦଲ ସାମଲ । ତାଙ୍କ ଘର ବାରଙ୍ଗ ଥାନା ନରଣପୁରରେ । ତାଙ୍କ ନିଖୋଜ ହେବା ନେଇ  ବାରଙ୍ଗ ଥାନାରେ  ଏବାବଦରେ ପରିବାର ଲୋକେ ଅଭିଯୋଗ  କରିଥିଲେ ।

ଗୁରୁବାର ସକାଳେ ନରଣପୁର ନିକଟସ୍ଥ କୁଷ୍ଣସରଣପୁର କୁଆଖାଇ ନଦୀରେ  ମୃତଦେହ ଭାସୁ ଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେମାନେ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇ ଥିଲେ ।  ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.