Latest Odisha News

BREAKING NEWS

ଇସ୍ରାଏଲ ବହୁତ ବଡ଼ ଭୁଲ କରିଦେଇଛି; ଇରାନ କେବେ ଆତ୍ମସମର୍ପଣ କରିବନି: ଖାମେନି

ତେହେରାନ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ଇରାନକୁ ଆତ୍ମ ସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲେ। ଯାହାପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବୁଧବାର ଦେଶକୁ ସମ୍ବୋଧିତ କରି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରି ଭୁଲ କରିଥିବା କହିଥିଲେ। ତେବେ ଇରାନ କେବେ ବି ଆତ୍ମ ସମର୍ପଣ କରିବା ନାହିଁ ବୋଲି ମଧ୍ୟ ସେ ତାଙ୍କ ଭାଷଣ ରେ ସ୍ପଷ୍ଟ କରିଦେଇଛନ୍ତି।

ଖାମେନି ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଇରାନ କାହାର ଦୟାର ପାତ୍ର ହୋଇ ଦିଆଯାଇଥିବା ଶାନ୍ତିକୁ ଗ୍ରହଣ କରିବାକୁ ଚାହେଁ ନାହିଁ।

ବୁଧବାର ଦିନ ଖାମେନି ‘ଏକ୍ସ’ରେ ଲେଖିଥିଲେ ଯେ ଜାୟୋନିଷ୍ଟ ଜଣେ ଆତଂକବାଦୀ ଅଟନ୍ତି ଓ ତାଙ୍କ ଶାସନକୁ କଡ଼ା ଜବାବ ଦେବାକୁ ପଡିବ। ତେବେ ଇସ୍ରାଏଲର ବୋମା ମାଡ଼ର ଜବାବରେ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା। ଇରାନ ଏଥିରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା ଦାବି ମଧ୍ୟ କରିଛି।

ଏହି ସବୁ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନିର୍ବାଚନୀ ଭାଷଣରେ କହିଥିଲେ ଯେ ଯଦି ଆମେରିକା ଚାହିଁବ ତାହେଲେ  ସେ ‘ଖାମେନିଙ୍କୁ ଅତି ସହଜରେ ନିପାତ କରିପାରିବେ ଏବଂ ଇରାନକୁ ନିଃସର୍ତ୍ତ ଭାବରେ ଆତ୍ମସମର୍ପଣ କରିବାକୁ ପଡ଼ିବ ବୋଲି ମଧ୍ୟ ଟ୍ରମ୍ପ୍ ଧମକ ଦେଇଥିଲେ। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କତାରର ଆମୀରଙ୍କୁ ଏକ ଗୁପ୍ତ ଚିଠି ପଠାଇଛନ୍ତି। ଯଦିଓ  ବର୍ତ୍ତମାନ୍ ସୁଦ୍ଧା ଚିଠିରେ କଣ ଲେଖା ଅଛି ତାହା ଜଣା ପଡିନାହିଁ କିନ୍ତୁ ଏଥିରେ ଆଞ୍ଚଳିକ ସୁରକ୍ଷା, ପରମାଣୁ କୂଟନୀତି ଏବଂ ଇସ୍ରାଏଲ-ଇରାନ ଉତ୍ତେଜନା ଉପରେ ଆଲୋଚନା କରାଯାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

 

Comments are closed.