ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ଭୁବନେଶ୍ବର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍ । ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ଗଣ ଶିକ୍ଷା ବିଭାଗ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍ ଛୁଟି ରଖିବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ । ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ନିଷ୍ପତ୍ତି ନେଇଛି ବିଭାଗ ।
ଏହି ନିଷ୍ପତ୍ତି ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସ୍ଥାନୀୟ ପ୍ରଶାସନ ନାଗରିକମାନଙ୍କୁ ଟ୍ରାଫିକ ନିୟମ ମାନିବା ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ପଥ ବ୍ୟବହାର କରିବାକୁ ଅନୁରୋଧ କରିଛି ।
Comments are closed.