Latest Odisha News

BREAKING NEWS

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ ଜନ୍ମଦିନ ଅବସରରେ ପୋଷ୍ଟରଟି ରିଲିଜ୍ ହୋଇଥିଲା ।

ଇର୍ଫାନଙ୍କ ଡେବ୍ୟୁ ଫିଲ୍ମରେ ସୁପରଷ୍ଟାର ଚିୟାଁ ବିକ୍ରମଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ଗ୍ନାନମୁଥୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ କୋବ୍ରାରେ ଇର୍ଫାନ ଷ୍ଟାଇଲିସ୍ ଭିଲେନ୍ କିର୍ଦାରରେ ନଜର ଆସିବେ । ଫିଲ୍ମରେ ଇର୍ଫାନଙ୍କ କିର୍ଦାରର ନାଁ ରହିଛି ଅସଲାନ୍ ଇଲ୍‌ମାଜ୍ । ପୋଷ୍ଟରରେ ଏକ ବ୍ଲାକ୍ ସୁଟ୍ ପିନ୍ଧି ଇର୍ଫାନ ବେଶ ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଛନ୍ତି ।

ମାର୍ଚ୍ଚ ମାସରେ ଫିଲ୍ମ କୋବ୍ରାର ଟିମ୍ ସୁଟିଂ ପାଇଁ ଋଷିଆ ପହଂଚିଥିଲା । ହେଲେ କରୋନା ମହାମାରୀ ପାଇଁ ସେଠି ସୁଟିଂ ସମ୍ଭବ ହୋଇପାରିନଥିଲା । ତେବେ ଆଗକୁ ଏହି ଫିଲ୍ମ ଚେନ୍ନାଇରେ ସୁଟ୍ ହେବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ ଫିଲ୍ମରେ ବିକ୍ରମଙ୍କୁ ୨୦ଟି ଅବତାରରେ ଦେଖିବାକୁ ମିଳିବ । ଚଳିତବର୍ଷ ଫିଲ୍ମର ସୁଟିଂ ସାରିବାକୁ ନିର୍ଦ୍ଦେଶକ ଯୋଜନା କରିଥିଲାବେଳେ ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ରବିକୁମାର, ଶ୍ରୀନିଧୀ ସେଟ୍ଟି ଓ ବାବୁ ଆଣ୍ଟୋନୀଙ୍କ ଭଳି କଳାକାର ନଜର ଆସିବେ ।

Leave A Reply

Your email address will not be published.