Latest Odisha News

BREAKING NEWS

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଅଢେଇ ଲକ୍ଷ ଚାଷୀ ନାମ ପଂଜିକରଣ କରିଛନ୍ତି । ୨୦୨୦-୨୧ରେ ଖରିଫ ଓ ରବି ଋତୁରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର । ପି ପାସ ବ୍ୟବସ୍ଥା ରେ ଯାହା ତ୍ରୁଟି ପରିଲିଖିତ ହୋଇଥିଲା ସେ ସବୁ ସମାଧାନ କରାଯାଇଛି। ଯେଉଁଠୁ ଚାଷୀଙ୍କ କିଛି ଅସୁବିଧା ହେବ ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.