Latest Odisha News

BREAKING NEWS

ରାୟଗଡା ଜିଲ୍ଲାରେ ସ୍କୁଲ ଡ୍ରପ ଆଉଟ୍ ହାର ସର୍ବାଧିକ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ନେଇ ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଥ୍ୟ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡା ଜିଲ୍ଲାରେ ସର୍ବାଧିକ ୧୧.୬୭% ଡ୍ରପ ଆଉଟ୍ ହାର । ସେହିଭଳି କେନ୍ଦ୍ରାପଡାରେ ୮.୯୩% ଓ କଳାହାଣ୍ଡିରେ ୮.୪୫% ଡ୍ରପ ଆଉଟ୍ ହାର । ଉଚ୍ଚ ପ୍ରାଥମିକ ସ୍ତରରେ ରାୟଗଡାରେ ସର୍ବାଧିକ ୧୭.୧୦% ଡ୍ରପ ଆଉଟ ହୋଇଥିବାବେଳେ ମାଲକାନଗିରିରେ ୧୩.୭୮% ଓ ଯାଜପୁରରେ ୧୦.୫% ।

ଏହା ବ୍ୟତୀତ ମାଧ୍ୟମିକ ସ୍ତରରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୦.୫%, ବାଲେଶ୍ୱରରେ ୮.୭୩% ଓ ସମ୍ବଲପୁରରେ ୮.୧୬% ଡ୍ରପ ଆଉଟ ହାର ବୋଲି ମନ୍ତ୍ରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ।

Leave A Reply

Your email address will not be published.