Latest Odisha News

BREAKING NEWS

୪ ବର୍ଷର ଶିଶୁ ପାଟିରେ ପଶିଲା ଲୁହା ରଡ୍‌

ବ୍ରହ୍ମପୁର: ୪ ବର୍ଷର ଶିଶୁ ପାଟିରେ ପଶିଗଲା ଲୁହା ରଡ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା କେଶପୁର ନିକଟ ଖଣ୍ଡଦେଉଳି ଗାଁରେ । ପିଲାଟିର ଅବସ୍ଥା ଗୁରୁତର ରହିଛି । ତାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ ମହିଳାଙ୍କ ୪ ବର୍ଷର ଶିଶୁ ଖେଳୁଥିବା ସମୟରେ ଲୁହାରଡ ପଶି ଯାଇଛି। ଦୁଇ ଘଣ୍ଟା ହେଲା ବ୍ରହ୍ମପୁର ବଡ଼ ମେଡିକାଲ କଜୁଆଲଟିରେ ଶିଶୁଟି ପଡିଛି । କେହି ଡାକ୍ତର ଆସୁନଥିବା ଅଭିଯୋଗ କରିଛନ୍ତି ଶିଶୁର ମା’ । ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରାଯାଇ ବେକରୁ ଲୁହା ରଡ୍ ବାହାର କରିବା ପାଇଁ ଅନୁରୋଧ ।

Leave A Reply

Your email address will not be published.