Latest Odisha News

BREAKING NEWS

ବଢ଼ୁଛି କରୋନା ସଂକ୍ରମଣ, ଆସିବ କି ଚତୁର୍ଥ ଲହର ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରଣଣ ବଢ଼ୁଛି । ଗୁରୁବାର ଦେଶରେ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବିଶେଷଜ୍ଞ କହି ଦେଇଛନ୍ତି ଯେ ଯଦି କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ନହୁଏ ତେବେ ଦେଶରେ ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ।

ଗୁରୁବାର ଖବର ସରବରାହ ସଂସ୍ଥା ଏଏନଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବରିଷ୍ଠ ଚିକିତ୍ସକ ତଥା ଦିଲ୍ଲୀର ମ୍ୟାକ୍ସ ହେଲଥକେୟାରର ନିର୍ଦ୍ଦେଶକ ଡାକ୍ତର ରୋମେଲ ଟିକୋ କହିଛନ୍ତି, ଭାରତରେ ଚତୁର୍ଥ ଲହର ଆସିବାର ସମ୍ଭାବନା ନାହିଁ ଯେପର୍ୟ୍ୟନ୍ତ ନୂଆ କରୋନା ଭ୍ୟାରିଏଣ୍ଟ ଚିହ୍ନଟ ହୋଇନଥିବ ।

ଡାକ୍ତର ଟିକୋ କରୋନା ସଂକ୍ରମଣ ବଢ଼ିବାର ପଛର କାରଣ କହିବାକୁ ଯାଇ କହିଛନ୍ତି ଯେ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି ଏବଂ ସାରା ଦୁନିଆ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏହାଫଳରେ ସଂକ୍ରମିତ ମାମଲା ବଢ଼ିବାରେ ଲାଗିଛି। ସେ କହିଥିଲେ ଯେ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆକୃଷ୍ଟ ବଢିଛି। ତେଣୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନେକ ଲୋକ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ଛୁଟି କାଟିବାକୁ ଯାଉଛନ୍ତି ତେଣୁ ସଂକ୍ରମଣ ବଢିବା ସ୍ୱାଭାବିକ। ତେଣୁ ଅନେକ ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ କୌଣସି ବଡ଼ ଧରଣର ବୃଦ୍ଧି ଘଟିବ ନାହିଁ। ଭାରତରେ କରୋନା ପ୍ରାୟ ଏଣ୍ଡେମିକ ସ୍ଥିତିରେ ପହଞ୍ଚିଛି, ଯାହାଫଳରେ ଭାରତରେ କୌଣସି ବଡ଼ ଧରଣର ବୃଦ୍ଧି ଘଟିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ମହାମାରୀ ବ୍ୟାପିବା ବନ୍ଦ ନ ହୋଇଛି ସେଯାଏ  ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ଦେଶରେ ଗୁରୁବାର ଦିନ ୭  ହଜାର ୨୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗୋଟିଏ ଦିନ ପୂର୍ବରୁ ତୁଳନାରେ ପ୍ରାୟ ୪୦ ପ୍ରତିଶତ ଅଧିକ। ମାର୍ଚ୍ଚ ୨ ପରଠାରୁ ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିଛି।

Leave A Reply

Your email address will not be published.