Latest Odisha News

BREAKING NEWS

ରୁଷ ପରମାଣୁ ଆକ୍ରମଣକୁ ଅଟକାଇବେ ପରଗ୍ରହୀ !

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ଏହି ମାରାତ୍ମକ ପଦକ୍ଷେପ ଗ୍ରହଣ କଲେ ୟୁକ୍ରେନ ଏବଂ ବିଶ୍ୱବାସୀଙ୍କୁ ପରଗ୍ରହୀ ବଂଚାଇବେ ବୋଲି ଲୋକପ୍ରିୟ ଯାଦୁଗର ଉରୀ ଗେଲର କହିଛନ୍ତି । ପରଗ୍ରହୀଙ୍କ ପାଖରେ ଏ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଅଛି ଯେ ସେମାନେ ପରମାଣୁ ଅସ୍ତ୍ରଶସ୍ତ୍ର ଅଟକାଇ ପାରିବେ । ସେହିପରି ଆଗାମୀ ୫ ବର୍ଷ ମଧ୍ୟରେ ପୃଥିବୀବାସୀଙ୍କ ସହ ପରଗ୍ରହୀ ନିଶ୍ଚିତ ଭାବେ ଭେଟିବାକୁ ଆସିବେ ବୋଲି ଏହି ଇସ୍ରାଏଲ ଯାଦୁଗର କହିଛନ୍ତି । ରହସ୍ୟମୟ ଇଷ୍ଟର ଦ୍ୱୀପ କିମ୍ବା ପୁରାତନ ପିରାମିଡ ନିକଟକୁ ସେମାନେ ଆଲୋଚନା ପାଇଁ ଆସିବେ । କେବେ ହେଲେ ପରଗ୍ରହୀ ଆମ ଉପରେ ଶତ୍ରୁତା ରଖିବାକୁ ଚାହୁଁ ନାହାନ୍ତି । ଏହା ହୋଇଥିଲେ ଆମେ ଆଉ ବଂଚିବାକୁ ରହି ନ ଥାନ୍ତେ ।

୧୯୯୧ରେ ଆମେରିକା ପରଗ୍ରହୀ ସହ ସାକ୍ଷାତ କରିଛି । ସେହିପରି ଏଲିୟନ୍ସଙ୍କ ଚାପ ଯୋଗୁ ରୁଷ ପରମାଣୁ ଚୁକ୍ତି ଉପରେ ସାକ୍ଷର କରିଥିଲା ବୋଲି ସେ କହିଛନ୍ତି । ତେବେ ତାଙ୍କ କଥା କେତେଦୂର ସତ୍ୟ ତାହା ସମୟ କହିବ । ରୁଷକୁ ପରଗ୍ରହୀମାନେ ଯୁଦ୍ଧରୁ ନିବୃତ କରାଇବେ ବୋଲି ଏହି ଯାଦୁଗରଜଣଙ୍କ କହିଛନ୍ତି ।

Leave A Reply

Your email address will not be published.