ଭୁବନେଶ୍ଵର: ପ୍ରତେକ ବ୍ୟକ୍ତି ରାତି ରେ ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ । ଏହି ସ୍ଵପ୍ନ ଭଗବାନଙ୍କୁ ନେଇ ହେଉ ବା ଜୀବଜନ୍ତୁଙ୍କୁ ନେଇ ହେଉ କିମ୍ବା ପ୍ରାକୃତିକ ଦ୍ରୁଶ୍ଯକୁ ନେଇ ହେଉ । ଯଦି ଭୋର ସମୟରେ ବା ବ୍ରହ୍ମ ମୁହୁର୍ତ୍ତରେ କୌଣସି ସ୍ଵପ୍ନ ଦେଖାଯାଏ ତେବେ ଏହା ସତ ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ସ୍ଵପ୍ନ ନିକଟ ଭବିଷ୍ୟତରେ ସତ ହୋଇପାରେ ବୋଲି କୁହାଯାଇଥାଏ । ଯଦି ରାତି ସମୟରେ କୌଣସି ବି ସ୍ଵପ୍ନ ଦେଖାଯାଏ ତେବେ ତାହା ସତ ହେବାର ସ୍ଵପ୍ନ କମ ରହିଥାଏ । ତେବେ ସ୍ୱପ୍ନରେ ସାପ ଦେଖିବା ଘଟଣାକୁ ଧର୍ମ ଜ୍ୟୋତିଷ ଏବଂ ସ୍ୱପ୍ନ ଶାସ୍ତ୍ରରେ ଗୁରୁତ୍ୱପୂ୍ର୍ଣ୍ନ ଭାବରେ ବିବେଚନା କରାଯାଇଛି। କାହିଁକି ନା ହିନ୍ଦୁ ଧର୍ମରେ ସାପକୁ ଦେବତାର ମାନ୍ୟତା ଦିଆଯାଇଥାଏ। ଏହା ସହିତ ସାପକୁ ଧନର ରକ୍ଷକ ଭାବରେ ମଧ୍ୟ ମନାଯାଏ। ତେବେ ସ୍ୱପ୍ନରେ ସାପ ଦେଖିବା କେତେବେଳେ ଅଶୁଭ ସଙ୍କେତ ଦିଏ ତ କେତେବେଳେ ଶୁଭ ସଙ୍କେତ ଦେଇଥାଏ ।
ସ୍ୱପ୍ନରେ ବାରମ୍ବାର ସାପ ଦେଖିବା କୁଣ୍ଡଳିରେ କାଳସର୍ପ ଦୋଷ ହେବାର ସଙ୍କେତ ଦେଇଥାଏ। ଏହାକୁ ଦୂରେଇବା ପାଇଁ ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍, ନଚେତ୍ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସ୍ୱପ୍ନରେ କଳା ରଙ୍ଗର ସାପ ଦେଖିବା ଅଶୁଭ ବୋଲି ମନାଯାଏ। ଏହା ନିକଟ ଭବିଷ୍ୟତରେ ଧନ ହାନୀ ହେବା କିମ୍ବା କୌଣସି ରୋଗରେ ପଡ଼ିବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖିବାକୁ ଶୁଭ ବୋଲି ମନାଯାଏ। ଏହା ଶୀଘ୍ର ଧନ ଲାଭ ହେବାର ସୂଚନା ଦେଇଥାଏ। ବରଂ ଏଭଳି ସ୍ୱପ୍ନ ଦେଖିବା ଅପାର ଧନ, ସମ୍ମାନ ମିଳିବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ସାପକୁ ମାରୁଥିବାର ଦୃଶ୍ୟ ଦଖିବାକୁ ଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଆପଣ ଶତ୍ରୁ ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି କିମ୍ବା ଆପଣ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି। ଯଦି ଆପଣ ସ୍ୱପ୍ନରେ ବାରମ୍ବାର ମଲା ସାପର ସ୍ୱପ୍ନ ଦେଖୁଛନ୍ତି ତ ଏହା ଆପଣଙ୍କ କୁଣ୍ଡଳିରେ ରାହୁ ଦୋଷ ହେବାର ସଙ୍କେତ ଦେଇଥାଏ।
ଯଦି ଆପଣ ସ୍ଵପ୍ନ ରେ ଶେଷନାଗ ଙ୍କୁ ଦେଖନ୍ତି ତେବେ ଭଗବାନ ବିଶୁଣୁ ଙ୍କ ଦର୍ଶନ ପାଇବା ସହ ସମାନ ହୋଇଥାଏ । ସ୍ଵପ୍ନ ରେ ଯଦି ସାପ ଦେଖାଯାଏ ଓ ଭୟ ଲାଗୁଛି ତେବେ ତା ପର ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କ୍ଷୀର ଓ କଳା ରାଶି ଚଢାନ୍ତୁ । ଏହା ଦ୍ଵାରା ଖରାପ ସ୍ଵପ୍ନ ନିଷ୍ଫଳ ହୋଇଥାଏ । ସ୍ଵପ୍ନ ରେ ଯଦି ବହୁତ ବଡ ସାପ ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଉଚି । ଯଦି ସାପ ବାରମ୍ବାର କାମୁଡି ଥିବାର ଦେଖନ୍ତି ଓ ଆପଣ ଦୌଡୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ନିକଟ ବାବିଷ୍ୟତରେ ଆପଣଙ୍କୁ କୌଣସି ନା କୌଣସି ରୋଗ ହେବାର ସମ୍ଭାବନା ଅଛି ।
Comments are closed.