Latest Odisha News

BREAKING NEWS

ସିଏମ କିଷାନରେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ସିଏମ କିଷାନରେ ଏବେ ଉପକୃତ ହେଲେଣି ୪୫ ଲକ୍ଷରୁ ଅଧିକ ଲୋକ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହ ଦେଓ ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ରହିଛନ୍ତି । ଏହା ମଧ୍ୟରୁ ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ରହିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି ।

ସେହିପରି ସିଏମ୍‌ କିଷାନ ମାଧ୍ୟମରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫ ଲକ୍ଷ ୧୭ ହଜାର ଚାଷୀ ଖରିଫରେ ଓ ୧ ଲକ୍ଷ ୮୩ ହଜାର ଚାଷୀ ରବିରେ ପଞ୍ଜୀକରଣ କରିଛନ୍ତି ।

Comments are closed.