Latest Odisha News

ରାଜ୍ୟର ୮ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କତା

ଭୁବନେଶ୍ୱର: ରାଜ୍ୟର ୮ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ଆଗାମୀ ୩ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ରାୟଗଡା ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହିତ ହାଲୁକା ବର୍ଷା ହୋଇପାରେ।

ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବା ଏବଂ ଆବଶ୍ଯକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.