Latest Odisha News

BREAKING NEWS

ହାଇକୋର୍ଟରେ ପୁଣି ଜାମିନ ଆବେଦନ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ପୁଣି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିମ୍ନ ଅଦାଲତରେ ଜାମିନ ଖାରଜ ହୋଇଥିବା ବେଳେ ଏବେ ପୁଣି ଥରେ ସେ ହାଇକୋର୍ଟରେ ବେଲ୍ ଆବେଦନ କରିଛନ୍ତି । ପୂର୍ବରୁ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ନିମ୍ନ ଅଦାଲତରେ ହାଜର ହୋଇଥିଲେ । ବିଜେପି କର୍ମୀଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ସେ ତଳ କୋର୍ଟରେ ଜାମିନ ଆବେଦନ କରିଥିଲେ । ଯାହାକୁ ଖାରଜ କରିଥିଲେ କୋର୍ଟ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବନ କରିଛି ବିଜେଡି ।

Leave A Reply

Your email address will not be published.