Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ମଧ୍ୟ ଶ୍ରେୟାଶ, ଈଶାନ ଖେଳି ନ ପାରନ୍ତି: ରିପୋର୍ଟ

ମୁମ୍ବାଇ: ବିସିସିଆଇ କଥା ନ ମାନିବା ଓ ମିଛ କହିବା ଶ୍ରେୟାଶ ଆୟାର ଏବଂ ଈଶାନ କିଶାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିବା ପରେ ଏବେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଗାମୀ ଟି୨୦ ବିଶ୍ୱକପରେ ବି ଏହି ଦୁଇ ଖେଳାଳିଙ୍କ ସୁଯୋଗ ନ ମିଳିପାରେ । ଏପରିକି ଏହି ଦୁଇ ଖେଳାଳିଙ୍କ ଜାତୀୟ ଦଳକୁ ଫେରିବା ସମ୍ଭାବନା ମଧ୍ୟ କ୍ଷୀଣ ହୋଇଯାଇଛି । ସେମାନେ ନ୍ୟୁନତମ ମ୍ୟାଚ ଖେଳିବା ପରେ ମଧ୍ୟ ସେମାନଙ୍କୁ କଂଟ୍ରାକ୍ଟ ପ୍ରଦାନ କରା ନ ଯାଇପାରେ । ସେମାନଙ୍କୁ କେବଳ ମ୍ୟାଚ ଫି ମିିଳିବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ରଣଜୀ ଟ୍ରଫି ଖେଳିବା ଜରୁରୀ ବୋଲି ଚେତାଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ । ରଣଜୀ ନ ଖେଳି ଆଇପିଏଲ ପାଇଁ ଅଭ୍ୟାସ କରୁଥିବା ଜଣାପଡିବା ପରେ ବୋର୍ଡ ଅସନ୍ତୁଷ୍ଟ ହୋଇ ପଡିଥିଲା ।

ଶ୍ରେୟାଶ ଆଘାତ ନ ଥିବା ସତ୍ୱେ ମିଛ କହି ଘରୋଇ କ୍ରିକେଟରୁ ଦୂରେଇ ରହିଥିଲେ । ୨୦୨୩ ବିଶ୍ୱକପରେ ଶ୍ରେୟାଶ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶୃଙ୍ଖଳିତ ଆଚରଣ ଯୋଗୁ ତାଙ୍କ କ୍ୟାରିୟର ଏବେ ଦୋଛକିରେ ପଡିଯାଇଛି । ସେ ୧୧ ମ୍ୟାଚରେ ୫୩୦ ରନ କରିଥିଲେ । ଧ୍ରୁବ ଜୁରେଲ ଓ ସରଫରାଜ ଖାଁଙ୍କୁ ଖୁବ ଶୀଘ୍ର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ । ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବା ପରେ ସେମାନେ ଏହି ପୁରସ୍କାର ପାଇବେ ।

Leave A Reply

Your email address will not be published.