Latest Odisha News

BREAKING NEWS

ୟୁଜିସି ଅନୁବନ୍ଧିତ କଲେଜରେ ଲାଗିବ ଛାତ୍ର ଅଭିଯୋଗ ନୀୟମାବଳି ସୂଚନା ଫଳକ

ଭୁବନେଶ୍ୱର: ୟୁଜିସିଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପସରେ ସୂଚନାପୂର୍ଣ୍ଣ ବ୍ୟାନର ଲଗାଇବା ସହ ଛାତ୍ର ଅଭିଯୋଗ ନିୟମାବଳୀ, ୨୦୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନ ବିବରଣୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ଚଳିତ ବର୍ଷ ଫେବୃଆରୀ ୫ ଏକ ଭର୍ଚୁଆଲ୍ ବୈଠକ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଓ ଓମ୍ବୁଡ଼ସମାନଙ୍କ ସହ ଏହି ନିୟମର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ଯାହା ଉପରେ ପଦକ୍ଷେପ ନିଆଯାଇଛି ।

ୟୁଜିସି ଛାତ୍ର ଅଭିଯୋଗ ନିୟମାବଳୀ, ୨୦୨୩କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବ୍ୟବସ୍ଥାଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ଓମ୍ବୁଡ଼ସମାନ ଓ କୁଳପତିମାନେ ପର୍ଯ୍ୟାୟକ୍ରମେ ଏ ଦିଗରେ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି। ନିୟମର କାର୍ଯ୍ୟକାରିତାକୁ ସମୀକ୍ଷା ଆବଶ୍ୟକ । ଯେଉଁଥି ପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି. ପ୍ରତ୍ୟେକ ସେମିଷ୍ଟାର ଆରମ୍ଭରେ ବା ୬ ମାସରେ ଓମ୍ବୁଡ଼ସମାନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଠକ ବସିବ | ଗତ ବର୍ଷ ଏପ୍ରିଲରେ, ୟୁଜିସି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଛାତ୍ରଙ୍କ ଅଭିଯୋଗର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ କହିଥିଲେ ଏବଂ ଓମ୍ବୁଡ୍ସପର୍ସନ୍ ନିଯୁକ୍ତ କରିଥିଲେ ଯେଉଁମାନେ ପରୀକ୍ଷା, ଫି, କ୍ୟାମ୍ପସ୍ ନିର୍ଯ୍ୟାତନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଛାତ୍ରମାନଙ୍କୁ ସାହାଯ୍ୟ କରିବେ। ପିଲାମାନଙ୍କ ଉଚ୍ଚଶିକ୍ଷାରେ ସହାୟତା ପାଇଁ ଯୁଗାନ୍ତକାରୀ ନୂଆ ଓ ବୃତ୍ତି ଦିଆଯାଉଛି. ଆସନ୍ତା ୫ବର୍ଷ ଭିତରେ ୫ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି. ଯେଉଁଥିରେ ତିନି ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ।

Leave A Reply

Your email address will not be published.