Latest Odisha News

BREAKING NEWS

ଏକେ-୪୭ ବିକି ପେଟ ପୋଷୁଛନ୍ତି ଆତଙ୍କବାଦୀ ବୋହୂ !

ଭୁବନେଶ୍ୱର: କରୋନା ସମୟରେ ସମଗ୍ର ବିଶ୍ୱ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ଅଭାବ ଅସୁବିଧାରେ ପଡିଛନ୍ତି । ଏପରି ସ୍ଥିତିରେ ଜଣେ ମହିଳା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବନ୍ଧୁକ ବିକି ପେଟ ପୋଷିବା ଖବର ସାମ୍ନାକୁ ଆସିଛି ।

କଠିନ ପରିସ୍ଥିତି ଦେଇ ଗତି କରୁଥିବା ଜଣେ ମହିଳା ଆତଙ୍କବାଦୀ ନିଜ ସ୍ୱାମୀଠୁ ବିବାହ ଉପହାର ସ୍ୱରୂପ ପାଇଥିବୂା ବନ୍ଧୁକକୁ ବିକିବା ପାଇଁ ବାଧ୍ୟ ହୋଇଥିଲେ । ମହିଳା ଜଣକ ଜର୍ମାନୀ ବାସିନ୍ଦା ହୋଇଥିଲେ ବି ଆଇଏସ୍‌ଆଇଏସ୍ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ । ପରିସ୍ଥିତି କ୍ରମେ ସେ ନିଜ ଦେଶକୁ ଫେରିଥିଲାବେଳେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ।

ମହିଳାଙ୍କ ପରିଚୟ ଗୁପ୍ତ ରଖାଯାଇଥିଲାବଳେ ସେ ଅକ୍ଟୋବର ୨୦୧୪ରେ ସିରିଆ ପହଂଚି ଆଇଏସ୍ ଆତଙ୍କବାଦୀ ସଙ୍ଗଠନରେ ଯୋଗଦେଇଥିଲେ । ସେଠି ଜଣକ ପରେ ଜଣେ ଦୁଇଜଣ ଆତଙ୍କବାଦୀଙ୍କୁ ବିବାହ କରିବା ପରେ ସେ ସୋସିଆଲ୍ ମିଡିଆରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ । ତେବେ ୨୦୧୭ରେ କୁର୍ଦ୍ଦିସ୍ ଯୋଦ୍ଧାଙ୍କଦ୍ୱାରା ବନ୍ଦୀ ହୋଇଥିଲେ ବି କୌଶଳକ୍ରମେ ସେଠୁ ଖସି ଜର୍ମାନୀରେ ପହଂଚି ଆତ୍ମସମର୍ପଣ କରିଥିଲେ ।

Leave A Reply

Your email address will not be published.