Latest Odisha News

ଖାଁ ଖାଁ ପରିବେଶରେ ଧିମେଇ ଗଲା ଅନ୍ତର୍ଜାତୀୟ କ୍ରୀଡା

ଭୁବନେଶ୍ୱର: କରୋନା ମହାମାରୀ ସମଗ୍ର ବିଶ୍ୱକୁ ତାର କରାଳ ଜାଲରେ ବାନ୍ଧି ଦେଇଥିଲା । ଏଥିରୁ କ୍ରୀଡା ବି କିପରି ବାଦ୍ ପଡିଥାନ୍ତା । ଖାଁ ଖାଁ ଷ୍ଟାଡିୟମରେ କିଛି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦର୍ଶକଙ୍କ ଅନୁପସ୍ଥିତିକୁ ଅନୁଭବ କରୁଥିଲେ କ୍ରୀଡାବିତ୍ । ଆସନ୍ତୁ ୨୦୨୦ରେ ଅନ୍ତର୍ଜାତୀୟ କ୍ରୀଡା ଉପରେ ଆଖି ପକାଇବା…
ଚାଲିଗଲେ ମାରାଡୋନା, ବ୍ରାଂଏଟ : ଫୁଟବଲ ଦୁନିଆର ମହାରଥୀ ଆର୍ଜେଟିଂନାର ଡିଏଗୋ ମାରାଡୋନା (୨୫ ନଭେମ୍ବର) ଦୁନିଆକୁ ଏହି ବର୍ଷ ଅଲବିଦା କହିଥିଲେ । ସେହିପରି ବାସ୍କେଟବଲ ଦୁନିଆର ସୁପରଷ୍ଟାର କୋବେ ବ୍ର୍ରେୟଂଟ ଏବଂ ତାଙ୍କ ଝିଅ ଗିଗି ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲା । ଯାହା କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଥିଲା । ଭାରତୀୟ କ୍ରିକେଟର ଚେତନ ଚୌହ୍ୱାନ, ଅଷ୍ଟ୍ରେଲିଆର ଡିନ୍ ଜୋନ ମଧ୍ୟ ଏ ବର୍ଷ ଆରପାରିକୁ ଚାଲି ଯାଇଥିଲେ
ଘୁଂଚିଲା ଅଲିମ୍ପିକ୍ସ ସମେତ ଅନ୍ୟ ବଡ ଟୁର୍ଣ୍ଣାମେଂଟ: କରୋନା କାଳରେ ଶେଷର ଟୋକିଓ ଅଲିମ୍ପିକ୍ସ ମଧ୍ୟ ହାର ମାନିଥିଲା । ଏହାକୁ ଆୟୋଜକ ଶେଷରେ ବାଧ୍ୟ ହୋଇଥିଲେ ଘୁଂଚାଇବାକୁ । ସେହିପରି ଆଇସିସି ଟି୨୦ ବିଶ୍ୱକପ, ୱିମ୍ବେଲଡନ ଓପନ, ଏସୀୟ ଭାରାତୋଳନ,ଫିଫା ମହିଳା ବିଶ୍ୱକପ (୧୭ ବର୍ଷରୁ କମ୍‌), ୟୁରୋ କପ ଓ ବିଶ୍ୱ ଟେବୁଲ ଟେନିସ ପରି ବଡ ଟୁର୍ଣ୍ଣାମେଂଟ ୨୦୨୦ରେ ଆୟୋଜିତ ହୋଇପାରି ନ ଥିଲା ।
ପାଣ୍ଡ୍ୟାଙ୍କ ପରେ ବାପା ହେବେ କୋହଲି: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତିି । ଅପରପକ୍ଷରେ ଅଧିନାୟକ ବିରାଟ କୋହଲି ଖୁବ୍ ଶୀଘ୍ର ଏହି ଭଲ ଖବର ପ୍ରଶଂସକଙ୍କୁ ଜଣାଇବାକୁ ଯାଉଛନ୍ତ ।
ଅଲୋଡା ରେକର୍ଡ : ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହେବା ସହ ମ୍ୟାଚରେ ହାରିଥିଲା । ନ ଚାହିଁଲେ ବି ଭାରତୀୟ କ୍ରିକେଟରେ ଏହା ଏକ କଳଙ୍କିତ ଦାଗ ହୋଇ ରହିଗଲା ।ଖେଳକୁ ଅଲବିଦା କହିଲେ ଧୋନୀ, ଶାରାପୋଭା: ୨୦୨୦ରେ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଥିଲେ । ଧୋନୀଙ୍କ ବ୍ୟତୀତ ଟେନିସ ଷ୍ଟାର ମାରିଆ ଶାରାପୋଭା, କରୋଲିନା ୱଜନିଆକ, କ୍ରିକେଟର ସୁରେଶ ରାଇନା, ମହମ୍ମଦ ଅମୀର, ଇରଫାନ ପଠାନ, ବ୍ୟାଡମିଂଟନର ଲିନ ଡାନ ଓ ଟେନିସର ମାଇକ ଓ ବବ ବ୍ରାଏନଙ୍କ ପରି ପ୍ରମୁଖ ଖେଳାଳି ମଧ୍ୟ ପଡିଆରୁ ଦୂରେଇ ଯାଇଛନ୍ତି ।
ଆଇପିଏଲ, କ୍ରୀଡାପ୍ରେମୀଙ୍କ ପାଇଁ ଭେଂଟିଲେଟର ସାଜିଲା: ଇଣ୍ଡିଆନ ପ୍ରିମିୟର ଲିଗ୍ ଜୈବ ବଳୟ ମଧ୍ୟରେ ୟୁଏଇରେ ସଫଳତା ସହ ଆୟୋଜିତ ହୋଇଥିଲା । କ୍ରୀଡାପ୍ରେମୀମାନଙ୍କ ପାଇଁ ଏହା ଭେଂଟିଲେଟର ସାଜିଲା କହିଲେ ଭୁଲ ହେବ ନାହିଁ । କରୋନା କାଳରେ ଆଇପିଏଲ ଭରପୂର ମନୋରଂଜନ ଯୋଗାଇଥିଲା । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା ।

ସର୍ବାଧିକ ଖେଳାଳି ପାଇଲେ ଖେଳରତ୍ନ: ଏଥର ସର୍ବାଧିକ ୫ଜଣ ଖେଳାଳି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଛନ୍ତି । ସେମାନେ ହେଲେ ରୋହିତ ଶର୍ମା(କ୍ରିକେଟ), ବିନେଶ ଫୋଗଟ(ରେସଲିଂ), ମାନିକ ବାତ୍ରା (ଟେବୁଲଟେନିସ), ରାଣୀ ରାମପାଲ(ହକି), ଥାଙ୍ଗାଭେଲୁ ମାରିୟପ୍ପନ(ପାରା ଆଥଲେଟ) ।ବିବାହ ବନ୍ଧନରେ ଚହଲ, ମନପ୍ରୀତ : କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ବାନ୍ଧବୀ ଧନଶ୍ରୀ ବର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେହିପରି ଭାରତୀୟ ହକି ଦଳିର ଅଧିନାୟକ ମନପ୍ରୀତ ସିଂ ମାଲେସିଆର ଇଲି ସିଦ୍ଦିକଙ୍କୁ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ବିବାହ ଚର୍ଚ୍ଚିତ ରହିଥିଲା ।

Leave A Reply

Your email address will not be published.