Latest Odisha News

BREAKING NEWS

ଲ୍ୟାଣ୍ଡର ବିକ୍ରମ ସହ ହୋଇପାରୁନି ସମ୍ପର୍କ, ଏବେ ଲକ୍ଷ୍ୟ ଗଗନଯାନ: ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ସଠିକ୍ ଭାବେ କାମ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ଆଶା ଧିରେଧିରେ ମଉଳିବାକୁ ଲାଗିଛି । ଏନେଇ ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ଏକ ମନ୍ତବ୍ୟ ଦେଇଛନ୍ତି ।

ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବା ଆଶା ଶେଷ ହେଉଥିବାବେଳେ ଆମର ଆଗାମୀ ଲକ୍ଷ୍ୟ ଗଗନଯାନ ହେବ ବୋଲି ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍ ମ୍ୟାନଡ୍ ମିଶନ ଏବଂ ୨୦୨୧ ଡିସେମ୍ବର ମାସରେ ପ୍ରଥମ ମ୍ୟାନଡ୍ ମିଶନ କରିବ ଭାରତ ।

ଏପରିକି ୨୦୨୧ ମସିହାରେ ଭାରତୀୟ ମହାକାଶଚାରୀ ମହାକାଶ ଅଭିମୁଖେ ଯିବେ । ଯାହା ଆମର ଆଗାମୀ ଲକ୍ଷ୍ୟ ରହିଛି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯାଇଥିଲା। ପରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲା । ତେବେ ଦୀର୍ଘ ୧୪ ଦିନ ବିତି ଯାଇଥିଲେ ମଧ୍ୟ ତାହା ସହିତ ଏଯାବତ୍ ସମ୍ପର୍କ ସ୍ଥାପନ ହୋଇପାରିନାହିଁ ।

Leave A Reply

Your email address will not be published.