Latest Odisha News

BREAKING NEWS

ବରଗଡରେ ଘାଣ୍ଟି ଦେଲା ଆଇଟି: ଏକକାଳୀନ ୮୦ ଜାଗାରେ ରେଡ

ବରଗଡ଼: ଆୟକର ଅଧିକାରୀମାନ ଗୁରୁବାର ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲାର ୮୦ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଅଏଲ ପ୍ଲାଣ୍ଟ ଉପରେ ଏକକାଳୀନ ଚଢଉ କରିଛନ୍ତି  ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ବରଗଡ ସଦର ଥାନା ଅଧିନ ସୟଁସ୍ଥିତ ବାଲଗୋପାଲ ଅଏଲ ମିଲ ଉପରେ ଆୟକର ପକ୍ଷରୁ ଚଢଉ କରାଯାଇଥିଲା । ଆଇଟି ଅଧିକାରୀମାନେ ଅଏଲ ମିଲ ଉପରେ ରେଡ କରିବା ସହ ଏହାର ଅଫିସ, ଏହାର ଚାର୍ଟାର୍ଡ ଆକାଉଣ୍ଟ ଓମ ପନସାରୀଙ୍କ ବାସଭବନ ଉପରେ ବି ଚଢାଉ କରାଯାଇଥିଲା । ଏଥିସହିତ କାଲି ମନ୍ଦିର ରୋଡରେ ଥିବା  ଗଜାନନ କମ୍ପ୍ଲେକ୍ସରେ ଥିବା ଏସଏସ ଇନ୍ଫ୍ରା ସଲିଉସନ ଏବଂ ତାର ମାଲିକ ଅନିଲ ଅଗ୍ରୱାଲଙ୍କ ଘରେ ମଧ୍ୟ ଆୟକର ରେଡ ହୋଇଥିଲା ।

ଅବଶ୍ୟ କେତେ ଟଙ୍କାର ଇନକମ ଟାକ୍ସ ହେରଫେର ହୋଇଛି ତାହା ଜଣା ପଡିନାହିଁ ତେବେ ଏଥିରେ ଅନ୍ୟ ମିଲର, ବିଲଡର, ବ୍ୟବସାୟୀ ଏବଂ କଣ୍ଟ୍ରାକ୍ଟର ସଂପୃକ୍ତ ଥିବା କୁହାଯାଉଛି । ଚଢଉ ଜାରି ରହିଥିବା ବିଶେଷ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.