ସମ୍ବଲପୁର: ଦୀର୍ଘ ୪ ଦିନ ପରେ ଶେଷରେ ବ୍ରଜ କିଶୋର ଦାସଙ୍କ ଘରୁ ବାହାରିଛି ଆଇଟି ଟିମ୍ । ଆୟକର ଫାଙ୍କି ଅଭିଯୋଗରେ ଚଢ଼ାଉ କରିଥିଲା ଆୟକର ଟିମ୍ । ତେବେ ରେଡ୍ ପରେ ବ୍ରଜ ଦାସ କିମ୍ବା ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନି । ଗତ ୧୭ ତାରିଖରୁ ଲଗାତାର ୪ ଦିନ ଧରି ରେଡ୍ କରିଥିଲା ଆଇଟି ଟିମ୍ ।
ଆୟକର ଟିମ୍ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ ଥିଲେ। ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏପରିକି ସମ୍ବଲପୁରସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ମଧ୍ୟ ରେଡ ହୋଇଥିଲା । ବ୍ରଜ ଦାସଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗର ଟିମ୍ । ତେବେ ଚଢାଉ ବେଳେ ବିପୁଳ ପରିମାଣର କାଗଜପତ୍ର ଆୟକର ବିଭାଗ ଜବତ କରିଥିବା ନେଇ ସୂଚନା ମିଳିଥିଲା । ଯାହାକୁ ତନତନ କରି ଯାଞ୍ଚ କରୁଥିଲା ଆୟକର ବିଭାଗର ଟିମ୍ ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ଚଢାଉ କରିଥିଲା । ତେବେ ଗତ ୪ ବର୍ଷ ତଳେ ମଧ୍ୟ ବ୍ରଜଙ୍କ ଘରେ ଚଢାଉ କରିଥିଲା ଆଇଟି ବିଭାଗ । ଏକକାଳୀନ ୧୫ ସ୍ଥାନରେ ୨୦ଟି ଟମ୍ ଚଢାଉ କରିଥିବା ସୂଚନା ।
Comments are closed.