Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦ-ଗଢ଼ା ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଅବଲୋ/ଉପଢୌ/ଅଂ+ କନ
ମା/ଲି+ ଖନ
ଗ/ସ୍ଥ/ଅଂ/ଆଲିଂ + ଗନ
ଜ/ଲଂ/ଉଲ୍ଲଂ + ଘନ
କଦା/ବ/ପା/ସେ/ଲୋ/କାଂ/ନିକାଂ/କିଂ/ଅକିଂ/ସିଂ/କୁଂ + ଚନ
ଲାଂ+ ଛନ
ଉଦ୍‌ଘା/ଉତ୍ପା/ପର୍ଯ/ବଂ + ଟନ
ଗ/ପ/ଗୁଂ/ଅବଗୁଂ/ଲୁଂ + ଠନ
ଖଂ/ମଂ/ମୁଂ + ଡନ
ମଂ/ରୋମଂ + ଥନ
ଆ/କା/ଖ/ଉତ୍‌ଖ/ମ/ପ୍ରଜ + ନନ
ଗୁଂ + ଫନ
ଲୋ/ପ୍ରଲୋ/ଶୋ/ସ୍ତଂ + ଭନ
—————————
ବିଧାନ ପ୍ରଧାନ ସଂଧାନ
ଅଭିଧାନ ଓ ସଂବିଧାନ
ବ୍ୟବଧାନ ଓ ସମାଧାନ
ସବୁଠି ରହିଥାଏ ଧାନ
ବି/ପ୍ର/ସଂ/ସମା/ସଂବି + ଧାନ
ସହଜେ କରିବା ସ୍ମରଣ
କରିବା ସୁସ୍ପଷ୍ଟ ଲିଖନ
ବନାନ ହେବ ପରିଚ୍ଛନ୍ନ

ପ୍ରବର ଶବର ବିବର
ଆବର କବର ଖବର
ଉର୍ବର ବର୍ବର ଗୋବର
ବୀରବରର ସ୍ବୟଂବର
ସବୁଠି ଉପସ୍ଥିତ ବର

ଆପତ୍ତି ବିପତ୍ତି ସଂପତ୍ତି
ଉତ୍ପତ୍ତି ଆଉ ପ୍ରତିପତ୍ତି
ନିଷ୍ପତ୍ତି ଶବ୍ଦରେ ବି ପତ୍ତି
ଭାଷା କରେ ଏପରି ଗତି

ବରଣ କାରଣ ମରଣ
ସ୍ମରଣ ଆଉ ବିସ୍ମରଣ
କ୍ଷରଣ ବାରଣ ଚରଣ
ସବୁଠି ଦେଖାଯାଏ ରଣ

ଆହାର ବିହାର ପ୍ରହାର
ବାହାର ନୀହାର ସଂହାର
ବ୍ୟବହାର ଓ ସମାହାର
ପ୍ରତ୍ୟେକଟିରେ ଲାଗେ ହାର

ଓଁକାର ଝଂକାର ଟଂକାର
ଅଳଂକାର ଓ ଅହଂକାର
ଉପକାର ଓ ଅଧିକାର
ଶିକାର ସ୍ବୀକାର ବିକାର
ଶବ୍ଦର ଶେଷାଂଶରେ କାର

ଓଜନ ଭଜନ ଭୋଜନ
ଯୋଜନ ଅଂଜନ ବ୍ୟଂଜନ
ନିୟୋଜନ ଓ ଆୟୋଜନ
ନିରଂଜନ ଓ ପ୍ରୟୋଜନ
ଶବ୍ଦ ଶେଷରେ ରହେ ଜନ

ଗୋପନ ତପନ ଲେପନ
ସ୍ଥାପନ ଜ୍ଞାପନ ଯାପନ
ଉଦ୍‌ଯାପନ ଓ ଉଦ୍ୟାପନ
ବିଜ୍ଞାପନ ଓ ବିସ୍ଥାପନ
ବିଲୋପନ ଓ ସଂଗୋପନ
ଶବ୍ଦାଂତେ ରହିଥାଏ ପନ

କେତନ ଚେତନ ପତନ
ନିକେତନ ଓ ପୁରାତନ
ନୂତନ ଆଉ ପୂର୍ବତନ
ଅଧୁନାତନ ଚିରଂତନ
ଅଧସ୍ତନ ଇଦାନୀଂତନ
ଶବ୍ଦର ଅଂତ୍ୟ ସ୍ଥାନେ ତନ

ପବନ ଭବନ ଭୁବନ
ଜୀବନ ଆଉ ସଂଜୀବନ
ଆଜୀବନ ଯାବଜ୍ଜୀବନ
ଚୁଂବନ ଓ ଅବଲଂବନ
ଯୌବନ ପ୍ଳାବନ ଧାବନ
ଶବ୍ଦାଂତେ ରହେ ଏହି ବନ
————————————-
ଦ/ବ/ବା/ଗ/ସୁ/ଆଗ/ଆଚ/ଶ/ପ୍ରଶ + ମନ

କ/ଆକ/ସ୍ଖ/ଗ/ଚ/ପ୍ରଚ/ଜ୍ବ/ପ୍ରଜ୍ବ/ଦ/ଫ/ପ୍ରତିଫ/ଚା/କ୍ଷା/ପ୍ରକ୍ଷା/ପା/ପ୍ରତିପା/ଲା/ମି/ନିମୀ/ଉନ୍ମୀ/ଶୀ/ଅନୁଶୀ/ସଂକ/ସଂଚା/ଆସ୍ଫା/ଦୋ/ଆଂଦୋ/ଉତ୍ତୋ/ସମ୍ମେ + ଳନ

ଦ/ନା/ଅନ + ଶନ

ଆ/ବା/ଆବା/ନିର୍ବା/ପ୍ରବା/ବ୍ୟ/ଦୁ଼ଃଶା/ପ୍ରଶା/ସିଂହା + ସନ

ଗ/ଦ/ବ/ସ/ଅବଗା/ବା/ଆବା/ବି/ମୋ/ସମ୍ମୋ/ଲି/ଲେ + ହନ
————————————
ଶବ୍ଦର ଶେଷାଂଶକୁ ଧରି
ଶବ୍ଦ ଗଠନ ହୁଏ କରି
ଏପରି ସହଜିଆ ଧାରା
ଅଟେ ଶବ୍ଦ-ଗଛର ଚାରା

ଏମିତି ଶବ୍ଦର ଗଠନ
ଭାଷାରେ ହୁଏ ପ୍ରତି କ୍ଷଣ
ଲୋକଂକ ରୂଢ଼ିବାଦୀ ମନ
କରୁନି ଏ ସୂତ୍ର ଧାରଣ

ଶବ୍ଦର ଗଠନ କୌଶଳ
ଶିଖିଲେ ମିଳେ ଭଲ ଫଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.