Latest Odisha News

BREAKING NEWS

ଯୁକ୍ତ ୨ ପରୀକ୍ଷାର ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗର ଅଧ୍ୟାପକ

ଭୁବନେଶ୍ୱର: ଲୋୟର ପିଏମଜିରେ ୫୫ ଦିନ ଧରି ଧାରଣାରେ ବସିବା ପରେ ୬୬୨ ବର୍ଗର କଲେଜ ଅଧ୍ୟାପକମାନେ ଯୁକ୍ତ ୨ ଉତ୍ତର ଖାତା ମୂଲ୍ୟାୟନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ୬୬୨ ବର୍ଗ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଙ୍ଘର ସଭାପତି ଗୋଲକ ନାୟକ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବା ଯୋଗୁ ସମାନ ଗ୍ରେଡ୍ ଓ ସମାନ ଦରମା ଦାବି ନେଇ ସରକାରଙ୍କ ସହ ଆଲୋଚନା ସ୍ଥଗିତ ରହିଥିବା ଗୋଲକ ନାୟକ ସ୍ପଷ୍ଟ କରିଛନ୍ତି। ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ୫ଟି ସଚିବ ଭି କେ ପାଣ୍ଡିଆନ ଓଡ଼ିଶାର ସ୍ବାର୍ଥ ପାଇଁ ଥିବାରୁ, ସେମାନଙ୍କ ଗସ୍ତକୁ ସମ୍ମାନ ଜଣାଇ , ବିଜେଡିର ସାଙ୍ଗଠନିକ ସମ୍ପାଦକ ଓ ଯାଜପୁରର ବିଧାୟକଙ୍କ ସହିତ ଅନୌପଚାରିକ ଭାବେ ଆଲୋଚନା ପରେ ଓ ପିଲାଙ୍କ ଭବିଷ୍ୟତକୁ ଲକ୍ଷ ରଖି ୬୬୨ ଅଧ୍ୟାପକ, ଅଧ୍ୟାପିକା ମାନେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମୂଲ୍ୟାଙ୍କନରେ ସର୍ତ୍ତ ମୂଳକ ଭାବେ ଯୋଗ ଦେବେ।

ତେବେ ଲୋୟର ପିଏମଜିରେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି ଗୋଲକ ନାୟକ ଗୁରୁତ୍ୱାରୋପ କରିବା ସହ ୫୬ତମ ଦିନରେ ପହଞ୍ଚିଥିବା ଏହି ଆନ୍ଦୋଳନ ଦାବି ଅନୁଯାୟୀ ପୂରଣ ନହେଲେ ଆଗକୁ ଆହୁରି ବଢିବ ବୋଲି ଚେତାବନୀ ଦେଇଛନ୍ତି।

ପୂର୍ବରୁ ଯୁକ୍ତ ୨ ପରୀକ୍ଷା ପରିଚାଳନାକୁ ବର୍ଜନ କରିବାକୁ ଅଧ୍ୟାପକମାନେ ଚେତାବନୀ ଦେଇଥିଲେ ମଧ୍ୟ ଆନ୍ତଃମନ୍ତ୍ରଣାଳୟ କମିଟି ସହ ଆଲୋଚନା ପରେ ସେମାନଙ୍କ ବର୍ଜନ ଧମକକୁ ଏଡ଼ାଇ ଦେଇଥିଲେ। ମୂଲ୍ୟାୟନ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଚିନ୍ତାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୂଲ୍ୟାୟନରେ ଭାଗ ନେବା ପାଇଁ ସଙ୍ଘର ନିଷ୍ପତ୍ତି ବେଶ୍ ଆଶ୍ୱସ୍ତି ଆଣିଛି।

Leave A Reply

Your email address will not be published.