Latest Odisha News

BREAKING NEWS

ଭାବପ୍ରବଣ ହେଲେ ନବୀନ: ଓଡ଼ିଶାବାସୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୫ମ ଥର ଲାଗି ନବୀନ ଶପଥ ଗ୍ରହଣ କରିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହେବା ସହ ନିଜର ୧୯ ବର୍ଷ ଶାସନର ସ୍ମୁତିଚାରଣ କରିଛନ୍ତି ।

ଏହି ଅବସରରେ ନବୀନ ଟ୍ୱିଟ୍ କରିବା ସହିତ ନିଜ ଟ୍ୱିଟରେ ଏକ ଭିଡିଓ କ୍ଲିପ୍ ଟ୍ୟାଗ୍ କରିଛନ୍ତି । ଯାହା ଗତଥରର ଶପଥ ଗ୍ରହଣ ଉତ୍ସବର ଏକ କୋଲାଜ । ଟ୍ୱିଟରେ ସାଢେ଼ ଚାରି କୋଟି ଓଡ଼ିଆଙ୍କୁ ସେ ନିଜ ପରିବାର ବୋଲି ସଂବୋଧନ କରିଛନ୍ତି ।

ନବୀନଙ୍କ ଶପଥ ଗ୍ରହଣ ଅବସରରେ ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ପଟ୍ଟନାୟକ ଉପସ୍ଥିତ ରହିଥିବାବେଳେ କେଏମ୍ ବିର୍ଲା, ସଞ୍ଜୀବ ପୁରି, ପୁନିତ ଡାଲମିଆ, ସଙ୍ଗୀତା ରେଡ୍ଡୀ ଏବଂ ସିପି ଗୁରନାମି ଭଳି ବିଶିଷ୍ଟ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.