Latest Odisha News

BREAKING NEWS

“ଜାନେ ଭି ଦୋୟା ୟାରୋ” ମୋ ଜୀବନର ସବୁଠୁ ବେକାର ଫିଲ୍ମ; ନାସିରୁଦ୍ଦିନ୍ ଶାହ

ମୁମ୍ବାଇ: ଆଜି ପୁରୁଖା ଫିଲ୍ମ ନିର୍ଦ୍ଦେଶକ କୁନ୍ଦନ ଶାହଙ୍କ ଜନ୍ମବାର୍ଷିକୀ । ଏହି ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଲେ, ଫିଲ୍ମ ଜାନେ ଭି ଦୋ ୟାରୋ କଥା ମନେପଡିଯାଏ । ୮୦ ଦଶକରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଆଜି ସୋସିଆଲ୍ ମିଡିଆରେ ଛୋଟଛୋଟ କ୍ଲିପ୍ ଭାବେ ଦେଖିବାକୁ ମିଳେ ।

ତେବେ ଅନେକ ହୁଏ ତ ଏହି ଫିଲ୍ମର କିଛି ଭିତିରି କଥା ବିଷୟରେ ଜାଣିନଥିବେ । ଏହି ଫିଲ୍ମର ପ୍ରକୃତ ସମୟ ଅବଧି ୭ରୁ ୮ ଘଣ୍ଟା ଥିଲା ବୋଲି ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ପ୍ରକାଶ କରିଥିଲେ । ଏହାକୁ ନିର୍ମାଣ କରିବା ଲାଗି କୁନ୍ଦନ ଶାହଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଶେଷରେ ବହୁକଷ୍ଟରେ ଏହି ଫିଲ୍ମଟି ଅଗଷ୍ଟ ୧୨, ୧୯୮୩ରେ ମାତ୍ର ୪ଟି ଫିଲ୍ମ ହଲ୍ରେ ରିଲିଜ୍ ହୋଇଥିଲା । ଫିଲ୍ମର ବଜେଟ୍ ଏତେ ସ୍ୱଳ୍ପ ଥିଲା ଯେ, ଏହି ଫିଲ୍ମର ଟିକଟ୍ ଷ୍ଟାରକାଷ୍ଟମାନଙ୍କୁ ମଧ୍ୟ ମାଗଣାରେ ଦିଆଯାଇନଥିଲା ।

ଚମକ୍ରାର କାହାଣୀ ରୂପକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି କ୍ରିଟିକ ମହଲରେ ଆଦୃତ ହୋଇଥିଲା । ହେଲେ କମର୍ସିଆଲ୍ ସେକ୍ଟରରେ ଚାଖିଥିଲା ବିଫଳତାର ସ୍ୱାଦ । ଅନେକ ଏହି ଫିଲ୍ମକୁ କମେଡି ତଥା ବ୍ଲାକ କମେଡି ମୁଭି ଭାବେ ବିବେଚିତ କରିଥିଲେ । ଫିଲ୍ମରେ ସାମିଲ ଥିଲେ ନାସିରୁଦ୍ଦିନ ଶାହ, ରବି ବାସ୍ୱାନୀ, ଓମ୍ ପୁରୀ, ସତୀଶ କୌଶିକ ଓ ସତୀଶ ଶାହଙ୍କ ଭଳି ଅନେକ ଜଣାଶୁଣା କଳାକାର ।

ଏଥିରେ ଅଭିନୟ କରିଥିଲେ ହେଁ, ଏହାକୁ ନିଜ ଜୀବନର ସବୁଠୁ ବେକାର ଫିଲ୍ମ ଭାବେ ଗଣନା କରିଛନ୍ତି ଅଭିନେତା ନାସିରୁଦ୍ଦିନ । କମେଡି ଥିମ୍ ଉପରେ ନିର୍ମିତ ହୋଇଥିଲେ ହେଁ ଫିଲ୍ମଟି ନାସିରୁଦ୍ଦିନଙ୍କୁ କେବେ ହେଲେ ସନ୍ତୁଷ୍ଟି ଦେଇପାରିନଥିଲା । ଏକ ଇଣ୍ଟରଭ୍ୟୁ ଅବସରରେ ନାସିରୁଦ୍ଦିନ ଶାହ ପ୍ରକାଶ କରିଥିଲ ଯେ, ନିର୍ଦ୍ଦେଶକ କୁନ୍ଦନ ଶାହ ଫିଲ୍ମଟିକୁ ଏକ ଆନିମେସନ୍ ଭାବେ ପରିକଳ୍ପନା କରିଥିଲେ । ଏଥିରେ କେହି ହିରୋ କି ଭିଲେନ୍ ବି ନଥିଲେ । କେବଳ କମେଡି ଜରିଆରେ ସମାଜର ସତ୍ୟତାକୁ ଦେଖାଇବା ଲାଗି ପ୍ରୟାସ ହୋଇଥିଲା ।

Leave A Reply

Your email address will not be published.