Latest Odisha News

BREAKING NEWS

ବିଶ୍ୱ ଐତିହ୍ୟ ଦିବସରେ ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କଲା ଜଗନ୍ନାଥ ସେନା

ପୁରୀ : ବିଶ୍ୱ ଐତିହ୍ୟ ଦିବସରେ ଶ୍ରୀମନ୍ଦିର ଏତିହ୍ୟ ସୁରକ୍ଷା ଦିଗରେ ସ୍ୱର ଉଠାଇଲା  ଜଗନ୍ନାଥ ସେନା । ପୁରାତନ ଐତିହ୍ୟ ଓ କୀର୍ତ୍ତିରାଜିକୁ ସଂରକ୍ଷଣ ଓ ପ୍ରସାର କରିବା ଏହି ଦିବସର ମହାନ ଉଦ୍ଦେଶ୍ୟ ।  । ବିଗତ କିଛିଦିନ ହେବ ଓଡିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରକୁ ବିପଦରେ ପକାଇ ଚାଲିଛି ସୌନ୍ଧର୍ଯ୍ୟକରଣ କାର୍ଯ୍ୟ ।

ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟରେ ହେଉଛି ଅବହେଳା । ଏହି ଅବସରରେ ଆଜି ଜଗନ୍ନାଥ ସେନା ଶ୍ରୀମନ୍ଦିର ସମ୍ମୁଖରେ ପ୍ରତିବାଦ କରିବା ସହ  ଐତିହ୍ୟ ସଂରକ୍ଷଣ ଓ ପୁନଃରୁଦ୍ଧାର ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।

ଏକ ଲକ୍ଷ ବଳିତା ଦୀପ ଜଗନ୍ନାଥ ଉଦ୍ଦେଶ୍ୟରେ ଅର୍ପଣ କରି ସରକାରଙ୍କୁ ଐତିହ୍ୟ ରକ୍ଷା ଦିଗରେ ସଦବୁଦ୍ଧି ଦେବାକୁ ପ୍ରାର୍ଥନା କରିଛି ସେନା । ଅନ୍ୟପଟେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ବେଆଇନ କାମକୁବନ୍ଦ କରିବା ସହ ସତ ଲୁଚାଇବା ପାଇଁ ଐତିହ୍ୟକୁ ବିପଦରେ ପକାଯାଉଛି । ତାହାକୁ ନିନ୍ଦା କରିଛି ଜଗନ୍ନାଥ ସେନା ।

Leave A Reply

Your email address will not be published.