Latest Odisha News

BREAKING NEWS

କ୍ଲିନିକ୍ ବାହାରେ ପୋଷ୍ଟର ମାର; କେତେ ଥରରେ ପାସ୍ କରିଛ ଡାକ୍ତରୀ ପରୀକ୍ଷା

ଭୁବନେଶ୍ୱର: କେତେ ଥର ଚେଷ୍ଟା କରି ଡାକ୍ତରୀ ପରୀକ୍ଷା ପାସ୍ କରିଛନ୍ତି, ତାହା ହସ୍ପିଟାଲ ବା କ୍ଲିନିକ ବାହାରେ ଡାକ୍ତରଙ୍କୁ ପୋଷ୍ଟର ମାରିବାକୁ ହେବ । ମାଡ୍ରାସ ହାଇକୋର୍ଟ ଏଇ ନିକଟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ)କୁ ଏଭଳି ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଏସ ବୈଦ୍ୟନାଥନଙ୍କ ଖଣ୍ଡପୀଠ ଏମସିଆଇକୁ ଏହି ବ୍ୟବସ୍ଥା ଆପଣେଇବାକୁ କହିଛନ୍ତି ।

ଡାକ୍ତରଙ୍କ ନିକଟକୁ ଆସୁଥିବା ସମସ୍ତ ରୋଗୀଙ୍କ ସୁରକ୍ଷିତ ଚିକିତ୍ସା ଏବଂ ଡାକ୍ତରଙ୍କ ଯୋଗ୍ୟତା ମାପିବା ଉଦ୍ଦେଶ୍ୟରେ ଏହି ପ୍ରସ୍ତାବ ଦେଇଛନ୍ତି । କ୍ଲିନିକ ବାହାରେ ଡାକ୍ତର କେତେ ଥରରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାହାର ସୂଚନା ଦିଆଯିବା ଦରକାର । ଯଦ୍ୱାରା ସାଧାରଣ ଲୋକେ ବିଶ୍ୱାସ କରୁଥିବା ଡାକ୍ତରଙ୍କ ଦକ୍ଷତା ଜାଣିପାରିବେ ।

ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଏଭଳି ପ୍ରସ୍ତାବ ଏମସିଆଇକୁ ଦେଇଥିଲେ । କ୍ଲିନିକ ୱେବସାଇଟରେ ଡାକ୍ତର ପରୀକ୍ଷା ପର୍ଯ୍ୟାୟ ବିଷୟରେ ସୂଚନା ଦେବାକୁ ମାଡ୍ରାସ ହାଇକୋର୍ଟ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.