Latest Odisha News

BREAKING NEWS

ଚର୍ଚ୍ଚାରେ “ଥାର୍‌”, ଏକାଠି ଆସୁଛନ୍ତି ବାପ ପୁଅ

ଆକ୍ସନ୍ ଥ୍ରୀଲର୍ ଫିଲ୍ମ "ଥାର"ରେ ଉଭୟ ଅନୀଲ କାପୁର ଓ ହର୍ଷ ବର୍ଦ୍ଧନ୍ କାପୁରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମ ମୋହରେ ଅଧିକାଂଶ ଭାରତୀୟ । ଲକଡାଉନ୍ ସମୟରେ ଫିଲ୍ମ ତଥା ୱେବ୍ ସିରିଜ୍ ପ୍ରେମୀଙ୍କୁ ଓଟିଟି ପ୍ଲାଟଫର୍ମ ଦେଇଥିଲା ନୂଆ ଦିଗ । ଅନେକ ପୁରୁଖା ଅଭିନେତା ତଥା ଅଭିନେତ୍ରୀ ଓଟିଟି ପ୍ଲାଫର୍ମକୁ ଆପଣେଇଥିଲାବେଳେ ଆଗାମୀ ଦିନରେ ଏକ ଜବରଦସ୍ତ ଫିଲ୍ମରେ ବଲିଉଡର ଜଣାଶୁଣା ବାପପୁଅଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ ।

ଆକ୍ସନ୍ ଥ୍ରୀଲର୍ ଫିଲ୍ମ “ଥାର”ରେ ଉଭୟ ଅନୀଲ କାପୁର ଓ ହର୍ଷ ବର୍ଦ୍ଧନ୍ କାପୁରଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଆଜି ଏହି ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିଲାବେଳେ ମେ’ ୬ ତାରିଖ ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଫିଲ୍ମର ନିର୍ଦ୍ଦେଶନା ଭାର ରାଜ ସିଂ ଚୌଧୁରୀ ସମ୍ଭାଳିଥିବାବେଳେ ରାଜସ୍ଥାନରେ ଏହାର ସୁଟିଂ ହୋଇଛି ।

ଟ୍ରେଲର୍‌ରେ ସିଦ୍ଧାର୍ଥ ଓରଫ ହର୍ଷଙ୍କୁ ଜଣେ ଆଣ୍ଟିକ୍ ଡିଲର୍ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ପୋଲିସ ଅଫିସର ସୁରେଖା ସିଂ ଭାବେ ଅନୀଲ କାପୁର ନଜର ଆସିଛନ୍ତି । ଫିଲ୍ମର କାହାଣୀ ଅନୁଯାୟୀ ରାଜସ୍ଥାନର ଏକାଧିକ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଥିବା ଅନୀଲ କାପୁରଙ୍କ ରାଡାରକୁ ହର୍ଷ ଚାଲିଆସିଛନ୍ତି । ଏହା ପରେ ଫିଲ୍ମର କାହାଣୀରେ ଦେଖିବାକୁ ମିଳିବ ଢେରସାରା ଅପ୍ ଆଣ୍ଡ ଡାଉନ୍ ଟୁଇଷ୍ଟ ।

ଲିଡ୍ କିର୍ଦାରକୁ ବାଦ୍ ଦେଲେ ଫିଲ୍ମରେ ସତୀଶ କୌଶିକ, ଦଙ୍ଗଲ୍ ଫେମ୍ ଅଭିନେତ୍ରୀ ଫାତିମା ସନା ସେଖ ଓ ସେକ୍ରେଡ୍ ଗେମ୍ସ ଅଭିନେତା ଜିତେନ୍ଦ୍ର ଯୋଶୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.