Latest Odisha News

BREAKING NEWS

ବନ୍ଧା ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟଠୁ ଅଧିକ ୧୯୧% ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ଡେପୁଟି କଲେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ୫ଟି ଫ୍ଲାଟ୍, ୨ଟି ଦୁଇ ମହଲା କୋଠା, ୧୧ଟି ପ୍ଲଟ ସହ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଏବଂ ୧.୮୫ ଲକ୍ଷ ଟଙ୍କା ରହିଛି ।

ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲାଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ୧୯୯୩ ମସିହା ଫେବ୍ରୁଆରୀ ୨ରେ ଚିତ୍ତରଞ୍ଜନ ପାଟଣାଗଡ଼ ତହସିଲରେ କନିଷ୍ଠ କିରାଣି ଭାବେ ଚାକିରି ଆରମ୍ଭ କରିଥିଲେ । ପରେ ବଲାଙ୍ଗିର, ରଣପୁର ତହସିଲ, ଡିଆରଡିଏ ସୋନପୁରରେ କାର୍ଯ୍ୟ କରିଥିଲେ ।

୨୦୦୬ରେ ଚିତ୍ତରଞ୍ଜନଙ୍କୁ ବରିଷ୍ଠ କିରାଣି ଭାବେ ପଦୋନ୍ନତି ମିଳିଥିଲା । ସେତେବେଳେ ସେ ସୋନପୁରରେ କାର୍ଯ୍ୟରତ ଥିଲେ । ୨୦୧୮ ସେପ୍ଟେମ୍ବରରେ ଓଆରଏସ୍ ପାଇ ସହକାରୀ ଜିଲ୍ଲାପାଳ ବୌଦ୍ଧ ଭାବେ ୨୦୧୯ ଯାଏ କାର୍ଯ୍ୟ କରିଥିଲେ । ୨୦୧୯ ଅକ୍ଟୋବରରେ ଭୁବନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ରହିଥିଲେ ।

୨୦୨୨ ଅକ୍ଟୋବର ୧୯ରେ ଓଏଏସ୍ ଭାବେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଜଗତସିଂହପୁର ଡେପୁଟି କଲେକ୍ଟର (ଜମି ଅଧିଗ୍ରହଣ) ଭାବେ ନିଯୁକ୍ତି ମିଳିଥିଲା । ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.