Latest Odisha News

BREAKING NEWS

ଜେଲରୁ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ

ମୁମ୍ବାଇ: ପ୍ରାୟ ୧ ବର୍ଷ ହେବ ଜେଲରେ ରହିବା ପରେ ମୁକୁଳିଛନ୍ତି ଅନୀଲ ଦେଶମୁଖ । ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟିର ଏହି ନେତା ଆର୍ଥର ଜେଲରେ ଦଣ୍ଡ ଭୋଗୁଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ସେ ଜେଲରୁ ମୁକୁଳିବା ପରେ ତାଙ୍କ ସମର୍ଥକମାନେ ହୀରୋ ଭଳି ତାଙ୍କ ସ୍ୱାଗତ କରିଥିଲେ । ୧ ଲକ୍ଷ ଟଙ୍କାର ମୁଚାଲିକା ରଖି ବିଚାରପତି ଏମଏସ କର୍ଣ୍ଣିକ ଦେଶମୁଖଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଜାମିନ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ସମୟ ମାଗିଥିଲେ । ଖଣ୍ଡପୀଠ ୧୦ ଦିନ ପରେ ଏହାକୁ ଲାଗୁ କରାଯିବ ବୋଲି କହିଥିଲେ ।

BjdElectrycity

୨୦୨୧ ନଭେମ୍ବରରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଅକ୍ଟୋବରରେ ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସେ ଜେଲରେ ରହିଥିଲେ । ଗୃହମନ୍ତ୍ରୀ ଥିବା ବେଳେ ସେ ତାଙ୍କ ପଦର ଅପବ୍ୟବହାର କରିଥିବା ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.