Latest Odisha News

BREAKING NEWS

ଜଗମୋହନ ମରାମତି ମାମଲା: ASIର ସତ୍ୟପାଠ ଅଗ୍ରାହ୍ୟ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା । ଏଏସଆଇ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ASI କର୍ତ୍ତୃପକ୍ଷ । ସେହିପରି ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

ସୂଚନା ଅନୁସାରେ, ୨୦୧୭ ରୁ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାର୍ଯ୍ୟର ବିବରଣୀ ମାଗିଲେ ହାଇକୋର୍ଟ। କିନ୍ତୁ ଏଏସଆଇ ଦେଇଥିବା ତଥ୍ୟ ସନ୍ତୋଷଜନକ ନଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ହାଇକୋର୍ଟ । ତେବେ ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ ବୋଲି କହିଛନ୍ତି ମାନ୍ୟବର ହାଇକୋର୍ଟ ।

 

 

Leave A Reply

Your email address will not be published.