Latest Odisha News

BREAKING NEWS

ପାଣ୍ଡିଆନଙ୍କୁ ନିରଞ୍ଜନଙ୍କ କ୍ଲିନଚିଟ ! କହିଲେ ତାଙ୍କର କିଛି ଦୋଷ ନାହିଁ

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ଭିତରେ ଚାଲିଥିବା ବିବାଦକୁ ଭିନ୍ନ ମୋଡ଼ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କର କିଛି ଭୁଲ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ନିରଞ୍ଜନ। ସାହୁ କହିଛି, ପାକେଲା ଧାନରେ ମହି ଦେଉଛି ବୋଲି ଏକ ଲୋକକଥାକୁ ଉଦାହରଣ ଦେଇ ନିରଞ୍ଜନ ଏ କଥା କହିଛନ୍ତି।

ସାହୁ ହେଉଛନ୍ତି ନବୀନ ପଟ୍ଟନାୟକ ଓ କର୍ମଚାରୀ ହେଉଛନ୍ତି ପାଣ୍ଡିଆନ। ନବୀନଙ୍କ ନିର୍ଦ୍ଦେଶକୁ ସେ ପାଳନ କରୁଛନ୍ତି। ତେଣୁ ଏଥିରେ ତାଙ୍କର ଭୁଲ କେଉଁଠି ରହିଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ?

ଏପରିକି ମିଡ଼ିଆ ସେ ଖବରକୁ ଏତେ ଗୁରୁତ୍ବ କାହିଁକି ଦେଉଛି ବୋଲି ସେ କହିଛନ୍ତି। ଜଣେ ପ୍ରଶାସନିକ କର୍ମଚାରୀଙ୍କ ବିଷୟରେ କାହିଁକି ଏତେ ଅଧିକ ଆଲୋଚନା ଚାଲିଛି ବୋଲି କହିବା ସହ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ନିରଞ୍ଜନ।

ସେପଟେ ବଡ଼ ଭାଇ ହିସାବରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରକୃତି ଛୋଟ ବେଳୁ ସେ ସତ କୁହନ୍ତି ବୋଲି ନିରଞ୍ଜନ କହିଛନ୍ତି। ପରିବାର ଭିତରେ ବି ତାଙ୍କ ମୁହଁ ବନ୍ଦ କରି ହୁଏନା ବୋଲି ସେ କହିଛନ୍ତି।

ଖବରକାଗଜ ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିକୁ ମିଶେଇ ଦେବା ଠିକ ନୁହେଁ ବୋଲି କୁହାଯାଇଛି। ବିଜେଡିର ମୁଖ୍ୟ ନବୀନ ବାବୁ, ସେ ଗୁମାସ୍ତାକୁ ନେଇ ଚଳେଇବେ, ନା ମନ୍ତ୍ରୀଙ୍କୁ ନେଇ ଚଳେଇବେ ତାହା ତାଙ୍କ ନିଷ୍ପତ୍ତି। ଏପରିକି ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାଙ୍କୁ ବିଜେଡିରୁ ବାହାର କରି ଦେଉନାହାନ୍ତି କାହିଁକି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

କଂଗ୍ରେସରେ ଥିବା ବେଳେ ଦଳକୁ ସୁଦୃଢ କରିବାକୁ ସେ ଚେଷ୍ଟା କରିଥିଲେ। ତାହା ହୁଏ ତ କଂଗ୍ରେସ ନେତାଙ୍କୁ ଭଲ ଲାଗିଲା ନାହିଁ ତେଣୁ ଦଳରୁ ବାହାର କରାଗଲା। ଏବେ ସେ ବିଜେଡି ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରୁଛନ୍ତି। ଯାହାକି ବିଜେଡି ଭାଇ ମାନଙ୍କୁ ସହ୍ୟ ହେଲାନି ବୋଲି ନିରଞ୍ଜନ କହିଛନ୍ତି।

Leave A Reply

Your email address will not be published.