Latest Odisha News

BREAKING NEWS

ଦିନେ ଥିଲା ପୋଲିସ ଇନଫର୍ମର୍ , ଆଜି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ !

ନିକଟରେ ଜମ୍ମୁ ଓ କଶ୍ମୀରରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ଆଶିକ ଅହମଦ ନେଙ୍ଗରୁର ସଂପୃକ୍ତି ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଛି

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନା ଅବା ପୋଲିସ ନିଜର ଅଗଣିତ ଇନଫର୍ମରଙ୍କୁ କାମରେ ଲଗାଇଥାନ୍ତି । ଏଥିପାଇଁ ତାଙ୍କୁ ଅଳ୍ପ ବହୁତ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥାଏ । ତେବେ ନିକଟରେ ଜଣେ ପୋଲିସ ଇନଫର୍ମର୍ ନିଜ ଦେଶ ସହ ବେଇମାନି କରିଥିବା ଜାଣି ଗୃହ ମନ୍ତ୍ରାଳୟ ତାକୁ ଦେଇଛି ଦେଶଦ୍ରୋହୀ ତଥା ଆତଙ୍କବାଦୀର ଆଖ୍ୟା ।

ଜମ୍ମୁ ଓ କାଶ୍ମୀରର ପୁଲୱାମା ବାସିନ୍ଦା ଆଶିକ ଅହମଦ ନେଙ୍ଗରୁ । ସଦ୍ୟ ସ୍ଥିତିରେ ଏହି ବ୍ୟକ୍ତି ଜଣକ ଏବେ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ସକ୍ରିୟ ସଦସ୍ୟ । ନିକଟରେ ଜମ୍ମୁ ଓ କଶ୍ମୀରରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ତାର ସଂପୃକ୍ତି ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଛି । ଏପରି ପାକିସ୍ତାନ ଦ୍ୱାରା ପରିଚାଳିତ ହୋଇ ସେ ଏକ ଆତଙ୍କବାଦୀ ସଙ୍ଗଠନ ଚଳାଇଥିବା ସୂଚନା ମିଳିଛି । ଏହି କାରଣରୁ ଭାରତ ସରକାର ତାକୁ ଅବିଳମ୍ବେ ଆତଙ୍କବାଦୀ ରୂପେ ଘୋଷଣା କରିବାକୁ ପଛାଇ ନାହିଁ

ଦିନେ ଟ୍ରକ୍ ଡ୍ରାଇଭର ରୂପେ ପେଟ ପୋଷୁଥିବା ନେଙ୍ଗରୁକୁ ଜମ୍ମୁ କଶ୍ମୀର ପୋଲିସ ନିଜ ଇନଫର୍ମର ଭାବେ ଦାୟିତ୍ୱ ଦେଇଥିଲା । ତେବେ ଟଙ୍କା ଲୋଭରେ ପଡି ଏବେ ନେଙ୍ଗରୁ ଭାରତ ବିରୋଧୀ ଲଢେଇ ପାଇଁ ଆତଙ୍କବାଦୀ ସଙ୍ଗଠନକୁ ହତିଆର ଓ ନିଶାଦ୍ରବ୍ୟ ଯୋଗାଉଛି । ମିଳିଥିବା ସୂଚନା ଅନୁଯାୟୀ କେଉଁ ଏକ ଅଜଣା ସ୍ଥାନରେ ଲୁଚି ରହି ନେଙ୍ଗରୁ ଏବେ ଯୁବାବର୍ଗଙ୍କୁ ଆତଙ୍କବାଦୀ ରୂପେ ତାଲିମ ଦେଇ ପ୍ରସ୍ତୁତ କରୁଛି । ଏପରି ବି ଖବର ମିଳିଛି ଯେ, ୨୦୧୯ରେ ପାକିସ୍ତାନର ଆଇଏସଆଇ ସହ ମିଳିତ ଭାବେ ନେଙ୍ଗରୁ ଭାରତୀୟ ସୀମା ନିକଟକୁ ଡ୍ରୋନ୍ ଯୋଗେ ଆତଙ୍କବାଦୀଙ୍କୁ ହତିଆର ଯୋଗାଇଥିଲା ।

 

Leave A Reply

Your email address will not be published.