Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର: ଉଦ୍ଧାର ହୋଇଛି ହଜିଯାଉଥିବା କିର୍ତ୍ତୀରାଜି । ପୂର୍ବରୁ ବହୁଥର ସେହି ସ୍ଥାନରୁ ପୁରୁଣା ମନ୍ଦିର ଭଗ୍ନାଂଶ ଉଦ୍ଧାର କରାଯାଇଥିଲା ।

ଏବେ ପୁଣି ଥରେ ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା ବୈତରଣୀ ନଦୀରେ ଗାଧୋଇବା ସମୟରେ ଏହି ପ୍ରାଚୀନ ମୂର୍ତ୍ତି ତାଙ୍କ ଗୋଡ଼ରେ ବାଜିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମୂର୍ତ୍ତି ଗୁଡିକୁ ପାଣିରୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ମୂର୍ତ୍ତି ଗୁଡିକୁ ବରାହ ମନ୍ଦିର ପରିସରରେ ରଖାଯାଇଛି । ଉଦ୍ଧାର ହୋଇଥିବା ନୃସିଂହ, ଶିବ,ନାରାୟଣୀ,କୃଷ୍ଣ,ଏବଂ କାଳିଆ ଦଳନ ମୂର୍ତ୍ତି ଗୁଡିକୁ ଏକାଠି କରାଯାଇ ପୂଜା କରାଯାଉଛି ।

ଗତ ୨ରୁ ୩ ମାସ ତଳେ ବରାହ ଗଣ୍ଡ ଓ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ କୃଷ୍ଣ ମୂର୍ତ୍ତି, ଚାମୁଣ୍ଡା ମୃର୍ତ୍ତି, ଭୈରବୀ ମୂର୍ତ୍ତି, ସୂର୍ଯ୍ୟନାରାୟଣ ମୂର୍ତ୍ତି, ଶିବ ମୂର୍ତ୍ତି ଭଳି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ପ୍ରତ୍ନତତ୍ୱ ବିଭାଗ ଏହାର ଅଧିକ ଖନନ କରିବା ସହିତ ମୂର୍ତି ଗୁଡିକର ରକ୍ଷଣାବେକ୍ଷଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.