Latest Odisha News

BREAKING NEWS

ହିଟ୍ ଆଣ୍ଡ୍ ରନ୍ ମାମଲା: ୨ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର, ୭ ଗୁରୁତର

ଯାଜପୁର: କୁଆଖିଆ ବଜାରରେ ଛାତିଥରା ହିଟ୍ ଆଣ୍ଡ୍ ରନ୍ ମାମଲା। ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ। ଡ୍ରାଇଭର ମଦ ପିଇ ଚଲାଉଥିଲେ ଗାଡ଼ି। ଏହି ଘଟଣାରେ ୭ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ ଅତ୍ୟଧିକ ମଦ୍ୟପାନ କରିଥିବା ମେଡିକାଲ ପରୀକ୍ଷା ପରେ ଡାକ୍ତର ସୂଚନା ଦେଇଛନ୍ତି। ଘଟଣାରେ ମଦ୍ୟପ ଚାଳକକୁ ପୋଲିସ ଅଟକ ରଖିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ଯାଜପୁର ଜିଲ୍ଲା କୁଆଖିଆ ବଜାରରେ ଭୟଙ୍କର ସିରିଜ ଦୁର୍ଘଟଣା ଘଟିଥିଲା। ବରୀ ଅଞ୍ଚଳର ଏକ କାର ଦ୍ରୁତ ଗତିରେ ଆସି କୁଆଖିଆ ବଜାରରେ ୨ଟି ବାଇକ ଓ ଏକ ସ୍କୁଟିକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଦୁଇ ବାଇକ ଓ ଗୋଟିଏ ସ୍କୁଟି ଉପରେ ଚଢ଼ି ଯାଇଥିଲା ଦ୍ରୁତଗାମୀ କାର। ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିଲେ। କୁଆଖିଆ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ଆଜି ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରାଯିବ।

Leave A Reply

Your email address will not be published.