Latest Odisha News

BREAKING NEWS

ଫୁଲୁଛି ଜଳକା: ପାଣି ଘେରରେ ବସ୍ତା ବ୍ଲକର ୫୦ରୁ ଅଧିକ ଗାଁ

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତଠାରୁ ପାଖାପାଖି ୨ ମିଟର ଅଧିକ ପାଣି ପ୍ରବାହିତ ହେଉଛି । ମଥାନୀଠାରେ ଏବେ ୭.୧୮ ମିଟର ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫ ମିଟର ।

ଜଳକାରେ ଜଳସ୍ତର ବୃଦ୍ଧି ପରେ ତଳି ଅଞ୍ଚଳରେ ପାଣି ପଶିଛି । ବସ୍ତା ବ୍ଲକର ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣିଘେରରେ ରହିଛି । ଲୋକଙ୍କ ଘରେ ବି ପଶିଛି ପାଣି । ହଜାର ହଜାର ହେକ୍ଟର ଜମି ଜଳମଗ୍ନ ।
ସେହିପରି ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରସୁଲପୁର ଓ ଶ୍ରୀରାମପୁର ପଞ୍ଚାୟତ କିଛି ଗାଁରେ ବି ପ୍ରବେଶ କରି ଜଳକା ନଦୀର ପାଣି । ପାଣିଘେରରେ ଥିବା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏଥିରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀର ୪ଟି ଟିମ୍ । ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ଜିଲ୍ଳା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି I ରାଜଘାଟରେ ଆଜି ସକାଳ ୧୦ଟା ସୁଦ୍ଧା ଜଳସ୍ତର ଥିଲା ୯.୪୮ ମିଟର । ଏଠାରେ ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬ ମିଟର ରହିଛି I ରାତି ୧୨ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର ୧୦.୩୦ମିଟର ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ପୂର୍ବାନୁମାନ କରଯାଇଛି I ଆଗକୁ ଅଧିକ ବର୍ଷା ହେଲେ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବନ୍ୟା ଆଶଙ୍କା ଦେଖା ଦେଇଛି I

Leave A Reply

Your email address will not be published.