Latest Odisha News

BREAKING NEWS

ଜମ୍ମୁ-କଶ୍ମୀର ବିସ୍ଫୋରଣରେ ଜଣେ ମୃତ, ୧୩ ଗୁରୁତର ଆହତ

ଦିଲ୍ଲୀ: ଜମ୍ମୁ-କଶ୍ମୀରର ଉଧମପୁରରେ ଆଜି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏଯାଏଁ ବିସ୍ଫୋରଣର କାରଣ ଜଣାପଡିନାହିଁ । ଏନେଇ ସେନା ଛାନବିନ୍ ଜାରି ରଖିଛି ।

ଏହା ପୂର୍ବରୁ ମଧ୍ୟ ଜମ୍ମୁକାଶ୍ମୀରରେ ବିସ୍ଫୋରଣ ହୋଇଥିଲା । ମାର୍ଚ୍ଚ ୭ରେ  ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ବିସ୍ଫୋରଣ ଯୋଗୁଁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ଜଣ ଆହତ ହୋଇଥିାଲ । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀଙ୍କ ସହ ୧୨ଜଣ ମହିଳା ଥିଲେ ।

ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଛାନ୍ ଭିନ୍ ଜାରି ରହିଛି। କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ସେ ନେଇ ଜଣାପଡ଼ିନଥିବା ବେଳେ ଆତଙ୍କ ଖେଳି ଯାଇଛି ।

Comments are closed, but trackbacks and pingbacks are open.