Latest Odisha News

BREAKING NEWS

ସୁମି ଆକ୍ରମଣ ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ପରିବାର

ଦିଲ୍ଲୀ: ୟୁକ୍ରେନ ସୁମିରେ ଆକ୍ରମଣ ଜାରି । ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ସହ ପୁରା ପରିବାର ।

ଋଷ ସେନାର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚାମ୍ପିଅନ୍ । କିବ୍ , ଖାରକିବ୍, ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ ବିଧ୍ୱଂସ୍ତ କରିବା ପରେ ଏବେ ସୁମି ସହରକୁ ଛାରଖାର କରିବାକୁ ବସିଛି ଋଷ । ସୁମିର ଜନବସତି ଉପରେ ଆକ୍ରମଣ କରିଛି ଋଷ ସେନା । ଏଠିକାର ଏକ ବହୁତଳ କୋଠା ଉପରେ ରକେଟ ମାଡ ଯୋଗୁଁ ଏଠାରେ ରହୁଥିବା ୟୁକ୍ରେନର ମାର୍ଶାଲ ଆର୍ଟ ଚାମ୍ପିଅନ୍ ଆର୍ଟୟମ ପ୍ରେୟିମାଙ୍କୋଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

୧୬ ବର୍ଷିୟ ଆର୍ଟୟମ ତାଙ୍କ ଦୁଇ ଭାଇ ଓ ମା’,ବାପାଙ୍କ ସହ ସୁମିର ସାମ୍ବୋ ଇଲାକାରେ ରହୁଥିଲେ । ସେଠାରେ ଏକ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ତାଙ୍କ ପୁରା ପରିବାର ସହ ଆର୍ଟୟମଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ପାଖାପାଖି ଅନେକ ଘର ମାଟିରେ ମିଶିଯାଇଛି ।

Comments are closed, but trackbacks and pingbacks are open.