Latest Odisha News

BREAKING NEWS

‘ସରକାରଙ୍କ ରାୟର ଭିନ୍ନ ମତ ଦେବା ଦେଶଦ୍ରୋହ ନୁହେଁ’, ଫାରୁକ ଅବଦୁଲ୍ଲାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ସରକାରଙ୍କ ମନ୍ତବ୍ୟରୁ ଅଲଗା କିଛି କହିବା ବା ମତ ଦେବା ଦେଶଦ୍ରୋହ ନୁହେଁ । ଆଜି ଏଭଳି ଟିପ୍ପଣୀ କରି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଦାଏର ମାମଲା ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି- ସରକାରଙ୍କ ଠାରୁ ଅଲଗା ମନ୍ତବ୍ୟ ଓ ଭିନ୍ନ ରାୟ ରଖିବାକୁ ଦେଶଦ୍ରୋହ କୁହାଯିବ ନାହିଁ । ଫାରୁକ ଅବଦୁଲ୍ଲା ଅନୁଚ୍ଛେଦ ୩୭୦ ଉପରେ ଦେଇଥିବା ମନ୍ତବ୍ୟ ବିରୋଧରେ ଏହି ଆବେଦନ କରାଯାଇଥିଲା ।

ଆବେଦନରେ କୁହା ଯାଇଥିଲା- ଫାରୁକ୍ ଅବଦୁଲ୍ଲାଙ୍କ ବୟାନକୁ ନେଇ ଦେଶଦ୍ରୋହ ମାମଲା ରୁଜୁ ହେଉ । ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ କୋର୍ଟ ଆବେଦନକାରୀ ରଜତ ଶର୍ମାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ।

ଆବେଦନକାରୀ ଅଭିଯୋଗ କରିଥିଲେ- ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଅନୁଚ୍ଛେଦ ୩୭୦ ଫେରାଇବା ଲାଗି ଚୀନର ସାହାଯ୍ୟ ନେବାକୁ କହିଥିଲେ । ଯେଉଁ ଅଭିଯୋଗକୁ ପୂର୍ବରୁ ନ୍ୟାସନାଲ କନଫରେନ୍ସ ମନା କରି ଦେଇଥିଲା । ଦଳ କହିଛି- ଅବଦୁଲ୍ଲା କେବେ ବି ଚୀନ ସହଯୋଗରେ ଧାରା ୩୭୦କୁ ପୁଣି ଫେରାଇ ଆଣିବା କଥା କହିନାହାଁନ୍ତି । ବଂର ଅବଦୁଲ୍ଲାଙ୍କ ମନ୍ତବ୍ୟକୁ ବିବାଦୀୟ ଭାବେ ଉପସ୍ଥାପନ କରାଯାଇଛି ।

Leave A Reply

Your email address will not be published.