Latest Odisha News

BREAKING NEWS

ହାଇଆଲର୍ଟରେ ଭାରତର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ଭାରତରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ତାଲିବାନର ସାହାଯ୍ୟ ଲୋଡିଛି । ଏପରିକି ଏହାର ୨ଜଣ ଆତଙ୍କୀ ଶ୍ରୀନଗର ଗ୍ରେନେଡ ଆଟାକ କରିବା ପାଇଁ ଷଡଯନ୍ତ୍ର ରଚି ସାରିଛନ୍ତି ବୋଲି ଭାରତର ଗୋଇନ୍ଦା ସଂସ୍ଥା ଖବର ପାଇଛି । ଏହାକୁ ଆଖି ଆଗରେ ରଖି ଜମ୍ମୁ-କଶ୍ମୀର ଏବଂ ଏହାର ପାଖାପାଖି ଅଂଚଳଗୁଡିକୁ ହାଇଆଲର୍ଟ ରହିବା ପାଇଁ କୁହାଯାଇଛି । ସମସ୍ତ ପ୍ରକାର ପରିସ୍ଥିତି ପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆରେ ବି ତୀକ୍ଷଣ ନଜର ରଖିବାକୁ କୁହାଯାଇଛି ।

ତାଲିବାନର ବଡ ନେତା ଏବଂ ଜୈଶ ଆତଙ୍କବାଦୀ ଚୋରା ମିଟିଂରେ ଭାରତ ଉପରେ ଆକ୍ରମଣ କରିବା ନେଇ ଆଲୋଚନା ହୋଇଥିଲା । କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ବର୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ କରାଯିବା ସମ୍ଭବପର ହେଉ ନାହିଁ ।

Leave A Reply

Your email address will not be published.