Latest Odisha News

BREAKING NEWS

ଘରେ ପ୍ରସ୍ତୁତ କରନ୍ତୁ: ସ୍ୱାଦିଷ୍ଟ ପନିର୍ ଇଡ଼ଲି…

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପନିର ଇଟିଲି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:

ସୁଜି – ୨କପ
ବେସନ – ୧କପ
ଦହି – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ପନିର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କଟା କ୍ୟାପସିକମ – ୧ଟି
କଟା ଗାଜର – ୧ଟି
କଞ୍ଚା ଲଙ୍କା – ୨ଟି
ଧନିଆ ପତ୍ର – ଅଳ୍ପ
ବେକିଙ୍ଗ ସୋଡ଼ା – ଅଳ୍ପ
କଟା ଅଦା – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ବଡ଼ ପାତ୍ରରେ ସୁଜି, ବେସନ, ଦହି, ଲୁଣ, କଟା ଅଦା, ଗାଜର, କ୍ୟାପସିକମ, କଞ୍ଚା ଲଙ୍କା, ଅଳ୍ପ ଲଙ୍କା ଗୁଣ୍ଡ , ବେକିଙ୍ଗ ସୋଡ଼ା, ପନିରକୁ ସରୁ ସରୁ କାଟି ପକାଇବେ। ଏହା ପରେ ଏଥିରେ ଧନିଆ ପତ୍ର, ୩ ରୁ ୪ ଚାମଚ ପାଣି ଦେଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଇଟିଲି ଛାଞ୍ଚରେ ତେଲ ଲଗାଇ ଏହି ମିଶ୍ରଣକୁ ଭରନ୍ତୁ। ଏବେ ଗ୍ୟାସ ଲଗାଇ ଇଟିଲି ଛାଞ୍ଚକୁ ୨୦ରୁ ୨୫ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଇଟିଲି। ଏକ ପାତ୍ରକୁ କାଢନ୍ତୁ ଓ ଚଟଣି ସହ ଗରମାଗରମ ଖାଆନ୍ତୁ।

Leave A Reply

Your email address will not be published.