Latest Odisha News

BREAKING NEWS

ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଜାହ୍ନବୀ ଦାବି କରିଥିଲେ ୮ କୋଟି

‘ଦେବରା’ ପରେ ‘ପେଦ୍ଦି’ରେ ଜାହ୍ନବୀଙ୍କ ଫିସ୍ ବଢ଼ିଲା ୫୦ ପ୍ରତିଶତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଏବେ ସମୟ ବହୁତ ଭଲ ଚାଲିଛି। ସାଉଥ୍ ସିନେମା ଜଗତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସେ ଏବେ ସେଠାକାର ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ବୁଚି ବାବୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପେଦ୍ଦି’ରେ ଜାହ୍ନବୀଙ୍କ ଚରିତ୍ରକୁ ନେଇ ଅନେକ ବିବାଦ ଦେଖାଦେଇଥିଲେ ମଧ୍ୟ, ଏହି ଫିଲ୍ମଟି ତାଙ୍କ କ୍ୟାରିୟର ପାଇଁ ସବୁଠାରୁ ବଡ଼ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଛି। ଖାଲି ସେତିକି ନୁହେଁ, ଏହି ଫିଲ୍ମ ପାଇଁ ସେ ଏମିତି ଏକ ପାରିଶ୍ରମିକ ନେଇଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ସୁପରଷ୍ଟାର୍ ରାମ ଚରଣଙ୍କ ସହ ଫିଲ୍ମ ‘ପେଦ୍ଦି’ରେ ସ୍କ୍ରିନ୍ ଶେୟାର କରି ଜାହ୍ନବୀ କପୁର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଚେକ୍ ପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିବା ପାଇଁ ଜାହ୍ନବୀ ପୂରା ୮ କୋଟି ଟଙ୍କା ଦାବି କରିଥିଲେ । ଜାହ୍ନବୀଙ୍କ କ୍ୟାରିୟରରେ ଏହା ହେଉଛି ସବୁଠାରୁ ଅଧିକ ପାରିଶ୍ରମିକ।

ଏହା ପୂର୍ବରୁ ଜାହ୍ନବୀ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘ଦେବରା’ ପାଇଁ ୫ କୋଟି ଟଙ୍କା ନେଇଥିଲେ। କିନ୍ତୁ ‘ପେଦ୍ଦି’ରେ ତାଙ୍କର ଫିସ୍ ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି। ବ୍ୟାକ୍-ଟୁ-ବ୍ୟାକ୍ ଦୁଇଟି ଯାକ ତେଲୁଗୁ ଫିଲ୍ମ ‘ଦେବରା’ ଏବଂ ‘ପେଦ୍ଦି’ ସୁପରହିଟ୍ ହେବା ପରେ, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାହ୍ନବୀଙ୍କୁ ଏବେ ‘ଲକି ଚାର୍ମ’ ବୋଲି କୁହାଯାଉଛି। କାରଣ ତେଲୁଗୁ ସିନେମାରେ ତାଙ୍କର ସଫଳତା ହାର ଏବେ ଶତପ୍ରତିଶତ ରହିଛି।

‘ପେଦ୍ଦି’ର ଏହି ବଡ଼ ସଫଳତା ପରେ ଜାହ୍ନବୀଙ୍କ ପାଖକୁ ଏବେ ତେଲୁଗୁ ସିନେମାରୁ ଅନେକ ଅଫର ଆସୁଛି। ଖୁବ୍‌ଶୀଘ୍ର ସେ ଷ୍ଟାଇଲିସ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରସିଦ୍ଧ ନିର୍ଦ୍ଦେଶକ ଆଟ୍‌ଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ରାକା’ ରେ ନଜର ଆସିବେ। ସେହିପରି ବଲିଉଡ୍‌ରେ ମଧ୍ୟ ଟାଇଗର ଶ୍ରଫ୍ ଏବଂ ଲକ୍ଷ୍ୟଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲଗ୍ ଜା ଗଲେ’ ଆସିବାକୁ ଯାଉଛି।

‘ପେଦ୍ଦି’ ଚଳଚ୍ଚିତ୍ର ତେଲୁଗୁ ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇଥିବା ବେଳେ, ଏହାର ହିନ୍ଦୀ ସଂସ୍କରଣ କିନ୍ତୁ ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି। ତଥାପି, ଏହି ଫିଲ୍ମ ଜାହ୍ନବୀଙ୍କ ପାଇଁ ସଫଳତାର ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି। ଆଗକୁ ଜାହ୍ନବୀ ଏବଂ ଅଲ୍ଲୁ ଅର୍ଜୁନଙ୍କ ଯୋଡ଼ି ପରଦାରେ କିଭଳି କମାଲ୍ କରୁଛି, ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.