Latest Odisha News

BREAKING NEWS

ବଡେ ମିଆଁ ଛୋଟେ ମିଆଁରେ ଜାହ୍ନବୀଙ୍କ ଏଂଟ୍ରି

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିଆଁ ଛୋଟେ ମିଆଁ ଫିଲ୍ମରେ ଜାହ୍ନବୀ କାପୁରଙ୍କ ଏଂଟ୍ରି ହୋଇଛି । ଅଲୀ ଅବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗର ଛୋଟେ ମିଆଁ ଭୂମିକା କରୁଛନ୍ତି । ଦର୍ଶକ ଟାଇଗର ଓ ଜାହ୍ନବୀଙ୍କୁ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ ପାଇବେ । ରିପୋର୍ଟ ମୁତାବକ ବଡେ ମିଆଁ ଅକ୍ଷୟଙ୍କ ସହ ଏଥିରେ କୌଣସି ହୀରୋଇନ ନାହାନ୍ତି । ଜାହ୍ନବୀ ଖୁବ୍ ଶୀଘ୍ର ଫିଲ୍ମର ଶୁଟିଂରେ ଯୋଗ ଦେବେ ବୋଲି ଜଣାପଡିଛି । ବାସୁ ଭଗନାନୀ ଓ ପୂଜା ଏଂଟରଟେନମେଂଟ ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି । ୧୯୯୮ରେ ଡେଭିଡ ଧାୱନଙ୍କ କମେଡି ଫିଲ୍ମ ସହ ଏହାର କୌଣସି ସମ୍ପର୍କ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଫିଲ୍ମ ବୋଲି ଜାଫର କହିଛନ୍ତି ।

ଆସନ୍ତା ମାସରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ । ଦୁଇ ଆକ୍ସନ ହୀରୋ ଅକ୍ଷୟ ଓ ଟାଇଗର ପ୍ରଥମ ଥର ପାଇଁ କୌଣସି ଏକ ଫିଲ୍ମରେ ଏକତ୍ର ଆସୁଥିବାରୁ ଏଥିନେଇ ଦର୍ଶକଙ୍କ ଉତ୍କଣ୍ଠା ରହିଛି । ଆସନ୍ତା ବର୍ଷ ଶେଷ ଭାଗରେ ଏହି ଫିଲ୍ମ ରିଲିଜ ହେବ ।

Leave A Reply

Your email address will not be published.