Latest Odisha News

BREAKING NEWS

ଫିଲ୍ମ ‘ଧଡ଼କ’ ରିଲିଜ୍ ପୂର୍ବରୁ ନର୍ଭସ ହୋଇପଡ଼ିଛନ୍ତି ଶ୍ରୀଦେବୀ ତନୟା ଜାହ୍ନବୀ !

ମୁମ୍ବାଇ : ଜୁଲାଇ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀଙ୍କ ଡ଼େବ୍ୟୁ ଫିଲ୍ମ ‘ଧଡ଼କ୍’ । ଏହି ରୋମାଣ୍ଟିକ ମୁଭିରେ ବୋନୀକପୁର-ଶ୍ରୀଦେବୀଙ୍କ କିଶୋରୀ କନ୍ୟା ଜାହ୍ନବୀଙ୍କ ସହିତ ଅଛନ୍ତି ଇଶାନ୍ ଖଟ୍ଟର୍ ।

ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଫିଲ୍ମ ‘ଧଡ଼କ୍’ର ପୋଷ୍ଟର ରିଲିଜ୍ ହେବା ସହିତ ଏବେ ଫିଲ୍ମଟିର ଜବରଦସ୍ତ ପ୍ରମୋଶନ ଚାଲିଛି ।

ତେବେ ନବାଗତା ଜାହ୍ନବୀ ତାଙ୍କର ଏହି ପ୍ରଥମ ଫିଲ୍ମରେ ଖୁବ୍ ଭଲ ଅଭିନୟ କରିପାରିଛନ୍ତି ବୋଲି ନିର୍ଦ୍ଦେଶକ ଶଶାଙ୍କ କହିଛନ୍ତି । କିନ୍ତୁ ଜାହ୍ନବୀଙ୍କ କହିବା କଥା ହେଲା, ଫିଲ୍ମଟିର ରିଲିଜିଂ ଡ଼େଟ୍ ଯେତେ ପାଖେଇ ଆସୁଛି ତାଙ୍କର ନର୍ଭସନେସ୍ ସେତେ ବଢି ବଢି ଯାଉଛି ।

ପ୍ରାୟ ଦେଢବର୍ଷ ଧରି ଏହି ଫିଲ୍ମଟି ନିର୍ମାଣ ଚାଲିଥିଲା । ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ ହିଁ ଜାହ୍ନବୀଙ୍କ ମା’ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା ।

ଜାହ୍ନବୀ ଏହି ଫିଲ୍ମରେ ତାଙ୍କ ମା’ଙ୍କ ପରି ଅଭିନୟ କରିବାକୁ ଶତଚେଷ୍ଟା କରିଛନ୍ତି । ମା’ଙ୍କ ପ୍ରିୟ କଷ୍ଟ୍ୟୁମ୍ ପିନ୍ଧି ‘ଧଡ଼କ୍’ ର କେତୋଟି ଗୀତରେ ନାଚିଛନ୍ତି ଜାହ୍ନବୀ । ତେବେ ଦର୍ଶକମାନେ ଏହି ଫିଲ୍ମଟି ଦେଖି ନିଶ୍ଚିତ ରୂପେ ତାଙ୍କ ମା’ଙ୍କୁ ମନେ ପକେଇବେ ବୋଲି କହିଛନ୍ତି ଜାହ୍ନବୀ କପୁର ।

ଏହି ଫିଲ୍ମଟିର ସୁଟିଂ ସେଟରେ ଶ୍ରୀଦେବୀ ତାଙ୍କୁ ବହୁତ ସାହାଯ୍ୟ କରିଥିବା କଥା କହିଛନ୍ତି ଜାହ୍ନବୀ । ତେବେ ‘ଧଡ଼କ୍’ ରିଲିଜ୍ ପୂର୍ବରୁ ସେ ଖୁବ୍ ନର୍ଭସ ବୋଲି କହିଛନ୍ତି ଏହି ଫିଲ୍ମର ଡ଼େବ୍ୟୁ ଆକ୍ଟ୍ରେସ୍ ଜାହ୍ନବୀ କପୁର ।

 

 

Leave A Reply

Your email address will not be published.