Latest Odisha News

BREAKING NEWS

ଭଦ୍ରକ: ସ୍କୁଲ କାନ୍ଥ ଭାଙ୍ଗି ଛାତ୍ରୀ ମୃତ ଓ ୩ ଆହତ, ପ୍ରଧାନଶିକ୍ଷକ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବିନାୟକପୁର ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିନାୟକପୁର ୟୁପି ସ୍କୁଲ ପରିସରରେ ରହିଥିବା ଏକ ପୁରୁଣା କୋଠାର କାନ୍ଥ ଧସିଯିବା ଫଳରେ ସେଠାରେ ଉପସ୍ଥିତ ଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩ଜଣ ଆହତ ହୋଇଛନ୍ତି ।

ମୃତା ଛାତ୍ରୀ ଜଣକ ହେଲେ ମାନସୀ ମଲ୍ଲୀକ ଏବଂ ସେ ଭଦ୍ରକ ଜିଲ୍ଲା ବିନାୟକପୁର ଅଞ୍ଚଳର ।

ଛାତ୍ରୀମାନେ ସ୍କୁଲ ପରିସର ମଧ୍ୟରେ କୋଳି ତୋଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଘଟଣା ସମ୍ପର୍କରେ ଜାଣି ଜିଲ୍ଲା ଶିକ୍ଷା ବିଭାଗ ସ୍କୁଲର ପ୍ରଧାନ ଶିକ୍ଷକ ଶରତ ବାରିକଙ୍କୁ ତାଙ୍କ ଦାୟିତ୍ୱହୀନତା ଯୋଗୁଁ ଚାକିରୀରୁ ନିଲମ୍ବିତ କରିଛନ୍ତି ।

ସମସ୍ତ ଆହତ ଛାତ୍ରୀମାନଙ୍କର ଚିକିତ୍ସା ସେବାର ଖର୍ଚ୍ଚ ବହନ କରି ସେମାନଙ୍କର ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.