Latest Odisha News

BREAKING NEWS

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ ସାବ୍ୟସ୍ତ ହୋଇଛି । ନିଜ ମୁହଁରେ ମାନିଥିଲା ସବୁ ସତ କଥା ।

ଟ୍ୱିଟର କିଲର ନାଁ ତାକାହିରୋ ସିରାଇସ୍ । ବୟସ ୨୯ ବର୍ଷ । ଯୁବ ବୟସରେ ଖତରନାକ କାମ କରୁଥିଲା । ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୨୦୧୭ରେ ସେ ଗିରଫ ହୋଇଥିଲା । ଗତକାଲି ଟୋକିଓର ଏକ କୋର୍ଟ ସିରାଇସକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସିରାଇସ୍ ଟ୍ୱିଟରରେ ୧୫ରୁ ୨୬ ବର୍ଷ ଭିତରେ ଏମିତି ଲୋକଙ୍କୁ ସନ୍ଧାନ କରୁଥିଲା ଯେଉଁମାନେ ନିଜ ଜୀବନ ଦେବା ଭଳି ପୋଷ୍ଟ କିଛି କରୁଥିଲେ । ସେମାନଙ୍କ ସହ ଯୋଗାଯୋଗ କରୁଥିଲା ସିରାଇସ୍ । ଜୀବନ ହାରି ଦେବାକୁ ଉସୁକାଉଥିଲା । ୯ ଜଣଙ୍କ ହତ୍ୟା ଅଭିଯୋଗ ତା ନାଁରେ ରହିଛି । ସେମାନଙ୍କ ଭିତରେ ରହିଥିଲେ ୮ ଜଣ ମହିଳା ଓ ୧୫ ବର୍ଷର ନାବାଳକ ।

ଜଣେ ମହିଳା ନିଖୋଜ ହେବା ଖବରରୁ ଧରା ପଡ଼ିଥିଲା ସିରାଇସର କାରନାମା । ପୋଲିସ ଜାମାରେ ଥିବା ସିରାଇସଙ୍କ ଫ୍ଲାଟରେ ଖୋଳତାଡ କରିଥିଲା । ସେତେବେଳେ କୁଲର ଭିତରୁ ମିଳିଥିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଏହାପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସାମନାକୁ ଆସିଥିଲା ସିରାଇସର କୁତ୍ସିତ କାରନାମାର ଗୋଟିଏ ଗୋଟିଏ ରହସ୍ୟ ।

Leave A Reply

Your email address will not be published.