Latest Odisha News

BREAKING NEWS

ଏଣିକି ବସ୍ ରେ କରିପାରିବେ ଋଷିକେଶରୁ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ: ଏଣିକି ଯାତ୍ରୀମାନେ ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା କରିପାରିବେ। ୨୦୨୧ ଜୁନ୍ ମାସରୁ ଏକ ବସ୍ ଋଷିକେଶରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ୨୦ଟି ଦେଶ ଦେଇ ଯିବ ଏହି ବସ୍। ଏଥିରେ ଯାତ୍ରୀଙ୍କୁ ଜଣଙ୍କ ପିଛା ଭଡା ବାବଦକୁ ୧୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ଏହି ବସ୍ ଦୀର୍ଘ ୭୫ଦିନ ଧରି ୨୧୦୦୦ କିଲୋମିଟର ପଥ ଅତିକ୍ରମ କରିବା ପରେ ଲଣ୍ଡନରେ ପହଞ୍ଚିବ। ଏଥିରେ ଯାତ୍ରୀ ୧୧ ସପ୍ତାହର ଯାତ୍ରା କରିବେ। ଏହା ଦୁନିଆର ସବୁଠୁ ଲମ୍ବା ବସ୍ ଯାତ୍ରା ହେବ। ଏ ନେଇ କୁସ୍ତିବିତ୍ ଲାଭାଂଶୁ ଶର୍ମା ଏହି ବସ୍ ଯାତ୍ରା ବିଷୟରେ ଘୋଷଣା କରିଛନ୍ତି। ସେ ୨୦ ଜଣ ଲୋକଙ୍କୁ ବସ୍‌ରେ ନେଇ ଲଣ୍ଡନ ଯିବେ। ତେବେ ଏହି ଯାତ୍ରାର ନାମ ରଖାଯାଇଛି ‘ଇନ୍‌କ୍ରେଡିବଲ୍ ବସ୍ ରାଇଡ୍’।

Leave A Reply

Your email address will not be published.